ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନ୍‌ ଲିଜେଣ୍ଡ ଆର୍‌ ଅଶ୍ୱିନ୍ ଗାବା ଟେଷ୍ଟ ପରେ ଅର୍ଥାତ ଡିସେମ୍ବର ୧୮ ତାରିଖରେ ହଠାତ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଏହି ଖବର ଅଶ୍ବିନଙ୍କ ଫ୍ୟାନ୍ସଙ୍କ ସମେତ କ୍ରିକେଟ ଖେଳପ୍ରେମୀଙ୍କୁ ବଡ଼ ଝଟକା ଦେଇଛି। ହଠାତ ଅଶ୍ବିନଙ୍କ ଏଭଳି ଅବସର ଘୋଷଣାକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। 

ଅଧିକପଢ଼ନ୍ତୁ:ଅସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍

Advertisment

ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ କୋହଲି ଡ୍ରେସିଂ ରୁମରେ ବସି ଆର୍‌ ଅଶ୍ୱିନଙ୍କ ସହିତ କଥା ହେଉଛନ୍ତି। କଥା ହେଉହେଉ ବିରାଟ ଅଶ୍ବିନଙ୍କୁ ଆଲିଙ୍ଗନ କରି ପକାଉଛନ୍ତି। କୋହିଲଙ୍କ ଆଲିଙ୍ଗନରେ ଭାବବିହ୍ବୋଳ ହୋଇ କାନ୍ଦି ପକାଉଛନ୍ତି ଅଶ୍ବିନ।

ଅଧିକପଢ଼ନ୍ତୁ: ଯାତ୍ରୀଭର୍ତ୍ତି ଟ୍ରେନ ଭିତରକୁ ଉଲଗ୍ନ ହୋଇ ଚଢ଼ିଗଲେ ବ୍ୟକ୍ତି

ପଞ୍ଚମ ଦିନରେ ଯେତେବେଳେ ମ୍ୟାଚ୍ ବନ୍ଦ ହୋଇଥିଲା ସେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ। ଏହି ସମୟରେ ଏହି ଷ୍ଟାର୍ କ୍ରିକେଟର୍‌ଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ ଭାବି ବିରାଟ ଅଶ୍ୱିନଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। 

ଅଶ୍ବିନଙ୍କ ଖେଳ ଜୀବନ କଥା କହିଲେ ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ସେ ୭ମ ସ୍ଥାନରେ ରହିଛନ୍ତି। ଅଶ୍ବିନ ଏଯାବତ ୧୦୬ଟି ଟେଷ୍ଟ, ୧୧୬ଟି ୱାନଡେ, ୬୫ଟି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଖେଳି ଚର୍ଚ୍ଚାର ପରିସରରେ ରହିଛନ୍ତି।