ଆର. ଅଶ୍ୱିନ୍ କିଙ୍ଗସ୍ ଇଲେଭେନ ପଞ୍ଜାବର ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ ଦଳ କିଙ୍ଗସ ଇଲେଭେନ ପଂଜାବର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ଦଳ ତରଫରୁ ବୀରେନ୍ଦ୍ର ସେହଓ୍ଵାଗ ଘୋଷଣା କରିଛନ୍ତି । ଗତ ଜାନୁୟାରି ମାସରେ ହୋଇଥିବା ଆଇପିଏଲ ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ ଆଶ୍ୱୀନଙ୍କୁ ରଖିପାରିନଥିଲା । ତାଙ୍କୁ କିଙ୍ଗସ ଇଲେଭେନ ପଂଜାବ ପକ୍ଷରୁ ୭.୬ କୋଟି ଟଙ୍କାରେ କିଣାଯାଇଥିଲା ।

ଅଧିନାୟକ ନିଯୁକ୍ତ ହେବା ପରେ ଅଶ୍ୱିନ କହିଛନ୍ତି ଯେ ଏକ ଅତ୍ୟନ୍ତ ଦକ୍ଷ ଦଳର ନେତୃତ୍ୱ  ନେଇ ସେ ସମ୍ମାନିତ ଅନୁଭବ କରୁଛନ୍ତି । ଏହି ନୂଆ ଚ୍ୟାଲେଞ୍ଜକୁ ନେଇ ସେ ଚାପରେ ନାହାନ୍ତି ବୋଲି କହିଛନ୍ତି । ଏ ସଂପର୍କରେ ଟିମ ମ୍ୟାନେଜମେଣ୍ଟ ସଦସ୍ୟ ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି ଯେ ଯୁବରାଜ ସିଂ ଅଧିନାୟକ ହେବେ ବୋଲି ପୂର୍ବରୁ ଟିମ ମ୍ୟାନେଜମେଣ୍ଟରେ ଆଲୋଚନା ହେଉଥିଲା । ସେ ଜଣେ ଭଲ ବନ୍ଧୁ । କିନ୍ତୁ ଖେଳରେ ବନ୍ଧୁତାକୁ ପଛରେ ରଖିବାକୁ ହୁଏ । ଗତ ୨୦୧୫ ପର୍ଯ୍ୟନ୍ତ ଅଶ୍ୱିନ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ଥିଲେ । ଗତ ଦୁଇ ବର୍ଷ ହେବ ସେ ରାଇଜିଂ ପୁନେ ସୁପର ଜାଣ୍ଟ ପାଇଁ ଖେଳୁଥିଲେ । ସେ ଏପର୍ଯ୍ୟନ୍ତ ୧୧୧ଟି ଆଇପିଏଲ ମ୍ୟାଚ ଖେଳି ୧୦୦ଟି ଓ୍ଵିକେଟ ନେଇଛନ୍ତି ।

ସମ୍ବନ୍ଧିତ ଖବର