ରବାଦାଙ୍କ ନିଲମ୍ବନ ଶୁଣାଣି ବୁଧବାର

କେପ୍‌ ଟାଉନ୍‌: ଦ୍ୱିତୀୟ ଟେଷ୍ଟ୍‍ ବେଳେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ସହ ଧକ୍କା ହେବାକୁ ନେଇ ପରବର୍ତୀ ୨ ଟେଷ୍ଟ୍‍ରୁ ନିଲମ୍ବିତ ହୋଇଥିବା ଦକ୍ଷିଣ ଆଫ୍ରିକାର ଯୁବ ବୋଲର କାଗିସୋ ରାବାଦା ଏହା ବିରୋଧରେ ଆବେଦନ କରିଥିଲେ। ବିଚାର ବିଭାଗୀୟ ଆୟୋଗ ୫ ଘଣ୍ଟାରୁ ଊର୍ଧ୍ୱ ସମୟ ପଚରା ଉଚରା କରିବା ପରେ ବୁଧବାର ଏହାର ଶୁଣାଣି ହେବ। ଗୁରୁବାରଠାରୁ ତୃତୀୟ ଟେଷ୍ଟ୍‍ ଆରମ୍ଭ ହେଉଥିବାବେଳେ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି।

ସମ୍ବନ୍ଧିତ ଖବର