ରବିଙ୍କୁ ସ୍ବର୍ଣ୍ଣ, ଅନିଲଙ୍କୁ କାଂସ୍ୟ

ଜାତୀୟ ଭାରୋତ୍ତୋଳନ

ବ୍ରହ୍ମପୁର: ଆନ୍ଧ୍ରର ବିଶାଖାପାଟଣାରେ ଆୟୋଜିତ ବରିଷ୍ଠ ବର୍ଗର ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କେ ରବି କୁମାର ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଅନିଲ କୁମାର ସାହୁ କାଂସ୍ୟ ପାଇଛନ୍ତି। ରବି କୁମାର ୮୯ କେଜି ବର୍ଗରେ ମୋଟ ୩୪୨ (ସ୍ନାଚ୍‌ରେ ୧୫୦ ଏବଂ କ୍ଲିନ୍ ଓ ଜର୍କରେ ୧୯୨) କେଜି ଭାରୋତ୍ତୋଳନ କରି ଜାତୀୟ କୀତ୍ତିମାନ ନିଜ ନାମରେ କରିବା ସାଙ୍ଗକୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବି କୁମାରଙ୍କ ବ୍ୟତୀତ ଅନିଲ କୁମାର ସାହୁ ୮୧ କେଜି ବର୍ଗରେ ୩୦୦ (ସ୍ନାଚ୍‌ରେ ୧୩୨ ଏବଂ କ୍ଲିନ୍ ଓ ଜର୍କରେ ୧୬୮) କେଜି ଭାରୋତ୍ତୋଳନ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଆଉ ଜଣେ ଓଡ଼ିଆ ପୁଅ ସୁଶାନ୍ତ ସାହୁ ମଧ୍ୟ ଏହି ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି। ରେଲବାଇ ପକ୍ଷରୁ ଖେଳିଥିବା ସୁଶାନ୍ତ ୬୭ କେଜି ବର୍ଗରେ ମୋଟ ୨୭୯ (୧୨୧+୧୫୮) କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୦ ଲେଖାଏଁ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର