ନୂଆଦିଲ୍ଲୀ: ବର୍ଷକୁ ଥରେ ନୁହେଁ, ଦୁଇ ଥର ଆଇପିଏଲ ମ୍ୟାଚ ଖେଳାଯାଉ | ଅନ୍ୟ ଦେଶ ସହ ଟି-୨୦ ଫର୍ମାଟରେ ମ୍ୟାଚ ନ ଖେଳି କେବଳ ବିଶ୍ୱକପରେ ଖେଳାଯାଉ | କିଛି ଏଭଳି ଦାବି କରିଛନ୍ତି ରବି ଶାସ୍ତ୍ରୀ | ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମତ ଦେଇଛନ୍ତି ଯେ ଟି -୨୦ ଫର୍ମାଟରେ ଦ୍ୱିପାକ୍ଷିକ ସିରିଜ ଅନ୍ତର୍ଜାତୀୟ କ୍ରିକେଟରେ ଖେଳାଯିବା ଉଚିତ ନୁହେଁ। ତାଙ୍କ କହିବାନୁସାରେ, ଏହା କେବଳ ବିଶ୍ୱକପରେ ସୀମିତ ରହିବା ଉଚିତ୍। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ସେ ଏହା କହିଛନ୍ତି |

Advertisment

ସେ ବର୍ଷକୁ ଦୁଇଥର ଆଇପିଏଲ୍ ଆୟୋଜନ କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, 'ମୁଁ ଯେତେବେଳେ ଭାରତୀୟ ଦଳର କୋଚ୍ ଥିଲି ସେତେବେଳେ ମଧ୍ୟ ମୁଁ ଏହା କହିଥିଲି | ଆଇପିଏଲର ଆଗାମୀ ପାଞ୍ଚ ବର୍ଷର ଗଣମାଧ୍ୟମ ଏବଂ ପ୍ରସାରଣ ଅଧିକାର ଜୁନ୍ ମାସରେ ବିକ୍ରି ହେବ, ତେଣୁ ରବି ଶାସ୍ତ୍ରୀ ଆଇପିଏଲର ଭବିଷ୍ୟତ ବିଷୟରେ କହିଛନ୍ତି, 'ଏହା ହେଉଛି ଭବିଷ୍ୟତ | ୧୪୦ଟି ମ୍ୟାଚ୍ କୁ ୭୦-୭୦ରେ ବିଭକ୍ତ କରାଯାଉ ଏବଂ ବର୍ଷକୁ ଆଇପିଏଲର ଦୁଇଟି ସଂସ୍କରଣ କରାଯାଉ |

ଶାସ୍ତ୍ରୀ କହିଛନ୍ତି, ଆପଣ ଭାବିବେ ଯେ ଏହା ଅଧିକ ହେବ, କିନ୍ତୁ ଭାରତରେ କିଛି ଅଧିକ ହେବ ନାହିଁ | ଟି -୨୦ କ୍ରିକେଟ୍ ଫୁଟବଲ୍ ଭଳି ହେବା ଉଚିତ୍ | ଯେଉଁଠାରେ କେବଳ ବିଶ୍ୱକପ୍ ଖେଳାଯାଏ | କାରଣ ଦ୍ୱିପାକ୍ଷିକ ଟୁର୍ନାମେଣ୍ଟକୁ କେହି ମନେ ରଖନ୍ତି ନାହିଁ |