ଭୁବନେଶ୍ବର: ପୂର୍ବତନ ଓଡ଼ିଶା ଖେଳାଳି ଜର୍ଜ ପଲ୍ ରବିନ୍ସନ୍ ରବିବାର ଅରୁଣାଚଳ ୧୬ ବର୍ଷରୁ କମ୍ କ୍ରିକେଟ୍ ଦଳର ଟ୍ରେନର୍ ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍ର ସଦସ୍ୟ ରବିନସନ୍ ପୂର୍ବରୁ ଓଡ଼ିଶା, ବେଙ୍ଗଲ, ଛତିଶଗଡ଼ ଓ ତ୍ରିପୁରାର ଟ୍ରେନର୍ ଭାବେ କାମ କରିଛନ୍ତି। ସେ ଅଷ୍ଟ୍ରେଲିଆର ମାଇକେଲ୍ ବେଭାନ, ପାକିସ୍ତାନର ୱାସିମ ଆକ୍ରମ, ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ଓ ଭାରତର ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ପ୍ରଶିକ୍ଷକ ଭାବେ କାମ କରିବାର ଅଭିଜ୍ଞତା ପାଇଛନ୍ତି। ଏହି ମଧ୍ୟମଗତି ଦ୍ରୁତ ବୋଲର ଓଡ଼ିଶା ପକ୍ଷରୁ ୧୭ ବର୍ଷ ଧରି ଖେଳିବାର ସୌଭାଗ୍ୟ ପାଇଥିଲେ। ଢାକା, କୋଲ୍କାତା, ଚେନ୍ନାଇରେ ବିଭିନ୍ନ ଲିଗ୍ ଖେଳିଥିବା ରବିନସନ୍ ସଂପ୍ରତି ଡେରାଡୁନସ୍ଥିତ ଜାତୀୟ ସ୍କୁଲ୍ କ୍ରିକେଟ୍ ଏକାଡେମିରେ ଟ୍ରେନର୍ ଭାବେ କାମ କରୁଛନ୍ତି।
ରବିନ୍ସନ୍ ଅରୁଣାଚଳ କ୍ରିକେଟ୍ ଦଳ ଟ୍ରେନ୍ର
/sambad/media/post_attachments/wp-content/uploads/2018/10/12-Robinson.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)