କେପ୍ ଟାଉନ୍: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦାଙ୍କ ଉପରେ ଲାଗୁ ନିଲମ୍ବନକୁ ଆଇସିସି ପ୍ରତ୍ୟାହାର କରି ନେଇଛି। ଫଳରେ ସେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ରେ ଖେଳିବା ନିଶ୍ଚିତ ହୋଇଛି। ଗତ ସପ୍ତାହରେ ଦ୍ୱିତୀୟ ଟେଷ୍ଟ୍ ବେଳେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ସହ ଧକ୍କା ହେବାକୁ ନେଇ କାଗିସୋ ରବାଦା ପରବର୍ତୀ ୨ ଟେଷ୍ଟ୍ରୁ ନିଲମ୍ବିତ ହୋଇଥିଲେ। କିନ୍ତୁ ଏହା ବିରୋଧରେ ସେ ଆବେଦନ କରିଥିଲେ। ସୋମବାର ବିଚାର ବିଭାଗୀୟ ଆୟୋଗ ତାଙ୍କ ସହ ୬ ଘଣ୍ଟାରୁ ଊର୍ଧ୍ୱ ସମୟ ପଚରା ଉଚରା କରିବା ପରେ ମଙ୍ଗଳବାର ଶୁଣାଣି କରିଛନ୍ତି। ରବାଦାଙ୍କ ପକ୍ଷରୁ ଦକ୍ଷିଣ ଆଫ୍ରିକାର ଉଚ୍ଚସ୍ତରୀୟ ଆଇନଜୀବୀ ଡଲି ମୋଫୁ ମାମଲା ଲଢ଼ିଥିଲେ। ଏଥି ସହ ରାବାଦାଙ୍କ ବିପକ୍ଷରେ ଲାଗୁ ଖେଳାଳି ଆଚରଣ ସଂହିତାର ଧାରା-୨କୁ ଧାରା-୧କୁ କମାଇ ଦିଆଯାଇଛି। ମ୍ୟାଚ୍ ରେଫରି ରବାଦାଙ୍କ ଉପରେ ୩ ଡିମେରିଟ୍ ପଏଣ୍ଟ୍ ଲାଗୁ କରିଥିଲେ। ଏବେ ରବାଦାଙ୍କ ଉପରେ କେବଳ ୧ ଡିମେରିଟ୍ ପଏଣ୍ଟ୍ ଓ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ଜରିମାନା ଦଣ୍ଡ ଦିଆଯାଇଛି। ଆଇସିସି ଏ ସମ୍ପର୍କରେ ଘୋଷଣା କରିବାକୁ ଯାଉଛି। ଆଇସିସି ଦ୍ୱାରା ନିଯୁକ୍ତ ନ୍ୟୁଜିଲାଣ୍ଡ୍ର ଜଣାଶୁଣା ବିଚାରକ ହେରନ ଏହାର ଶୁଣାଣି କରିବା ପରେ ରବାଦା ଯେ ଉଦ୍ଦେଶ୍ୟମୂଳକ ଭାବେ ସ୍ମିଥ୍ଙ୍କ ସହ ଧକ୍କା ହୋଇନଥିଲେ ଏହା ପ୍ରମାଣିତ ହୋଇଛି। କିନ୍ତୁ ଭବିଷ୍ୟତରେ ରବାଦା ଏଭଳି କଲେ ନିଲମ୍ବିତ ହେବା ପ୍ରାୟ ନିଶ୍ଚିତ। କାରଣ ବିଗତ ୨୪ ମାସ ଭିତରେ ଅନ୍ୟ ମ୍ୟାଚ୍ ଗୁଡ଼ିକରୁ ସେ ମୋଟ ୭ ଡିମେରିଟ୍ ପଏଣ୍ଟ୍ ପାଇ ସାରିଛନ୍ତି। ଏହା ୮ ଛୁଇଁଲେ ସେ ନିଲମ୍ବିତ ହେବେ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ତୃତୀୟ ଟେଷ୍ଟ୍ ଆରମ୍ଭ ହେଉଥିବାବେଳେ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି।
ରବାଦାଙ୍କ ନିଲମ୍ବନ ପ୍ରତ୍ୟାହୃତ:କେପ୍ଟାଉନ୍ ଟେଷ୍ଟ୍ରେ ଖେଳିବେ
/sambad/media/post_attachments/wp-content/uploads/2018/03/11-Rabada_130318_a_env.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)