ରଘୁନାଥ, ଜ୍ୟୋତିଙ୍କ ଶତକ: ଓଡ଼ିଶା ୩୩୪/୩

କଟକ: ଟିଏନ୍‌ସିଏ ଏକାଡେମିରେ ଚାଲିଥିବା ଓଡ଼ିଶା-ତାମିଲନାଡ଼ୁ କୁଚ୍‌ବେହାର ଟ୍ରଫି ମ୍ୟାଚ୍‌ରେ ଅଧିନାୟକ ରଘୁନାଥ ମଲ୍ଲ ଓ ଜ୍ୟୋତିରଞ୍ଜନ ବେହେରାଙ୍କ ଶତକୀୟ ପାଳି ବଳରେ ଓଡ଼ିଶା ମଜବୁତ୍‌ ସ୍ଥିତିରେ ପହଞ୍ଚିଛି। ତେବେ ଏହି ମ୍ୟାଚ୍‌ ଅମୀମାଂସିତ ଆଡ଼କୁ ଗତି କରୁଛି। ଦ୍ୱିତୀୟ ଦିନ ୨ ଓ୍ଵିକେଟ ବିନିମୟରେ ୧୩୧ ରନ୍‌ କରିଥିବା ଓଡ଼ିଶା ପକ୍ଷରୁ ବୁଧବାର ତୃତୀୟ ଦିନ ରଘୁନାଥ ଓ ଜ୍ୟୋତି ଶତକ ଜମାଇଥିଲେ। ଉଭୟେ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୨୦୯ ରନ୍‌ ଯୋଡ଼ଥିଲେ। ଜ୍ୟୋତି ୨୦୩ ବଲ୍‌ରେ ୧୭ ଚୌକା ସହ ୧୧୮ ରନ୍‌ କରି ଆଉଟ ହୋଇଥିଲା ବେଳେ ରଘୁନାଥ ୧୩୫ ରନ୍‌ କରି ଅପରାଜିତ ଅଛନ୍ତି। ତାଙ୍କ ସହ ଦ୍ୱିତୀୟ ଦିନରୁ ଆହତ ହୋଇଥିବା ବିନୀତ ମହାନ୍ତି ୧୯ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଓଡ଼ିଶା ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪ ଓ୍ଵିକେଟ୍‌ ବିନିମୟରେ ୩୩୪ ରନ୍‌ କରିଛି। ତାମିଲନାଡ଼ୁ ତା’ର ପ୍ରଥମ ପାଳିରେ ୪ ଓ୍ଵିକେଟ ବିନିମୟରେ ୬୦୦ ରନ୍‌ କରି ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର