ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରାହାଣେଙ୍କ ଶତକ, ଭାରତ ୪୧୮ ରନ୍‌ରେ ଆଗୁଆ

ଆଣ୍ଟିଗୁଆ: ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ପ୍ରଥମ ମ୍ୟାଚରେ ଟସ୍‌ ହାରି ବ୍ୟାଟିଂ କରିବାପାଇଁ ପଡିଆକୁ ଓହ୍ଲାଇଥିବା ଭାରତ ୨୯୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଏହାର ଜବାବରେ ଭାରତର ବୋଲର ୱେଷ୍ଟଇଣ୍ଡିଜ୍‌କୁ ପ୍ରଥମ ପାଳିରେ ୨୨୨ ରନ୍‌ରେ ଅଟକାଇଥିଲା । ଏଥିରେ ଇଶାନ୍ତ ଶର୍ମା ୫ଟି ଓ୍ଵିକେଟ ହାସଲ କରିଥିଲେ । ଏହା ସହ ଭାରତ ପ୍ରଥମ ପାଳିରେ ୭୫ ରନ୍‌ରେ ଆଗୁଆ ରହିଥିଲା । ଖବର ଲେଖାଯିବା ବେଳକୁ ଦ୍ୱିତୀୟ ପାଳିରେ ଟିମ୍‌ ଇଣ୍ଡିଆ ୭ଓ୍ଵିକେଟ ହରାଇ ୩୪୩ ରନ୍‌ କରଛିି । ଏହି ପାଳିରେ ରାହାଣେ (୧୦୨ ରନ୍‌,୨୪୨ବଲ, ୫ଚଉକା) କରିଥିବା ବେଳେ ହନୁମାନ ବିହାରୀ ୯୩ ରନ୍‌ ଓ ରିଷଭ୍‌ ପନ୍ତ ୭ ରନ୍‌ରେ ବ୍ୟାଟିଂ କରୁଛନ୍ତି ।

ସମ୍ବନ୍ଧିତ ଖବର