ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ୍ ଶୃଙ୍ଖଳାର ଶେଷ ୩ ମ୍ୟାଚ୍ରେ ବିରାଟ କୋହଲିଙ୍କ ଅନୁପସ୍ଥିତି ଅଷ୍ଟ୍ରେଲୀୟ କ୍ରିକେଟ୍ ସମୁଦାୟରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଭାରତୀୟ ଅଧିନାୟକ କୋହଲି ପ୍ରଥମ ଟେଷ୍ଟ୍ ଖେଳି ପିତୃତ୍ବ ଅବକାଶରେ ଭାରତ ଫେରିଯିବେ। ତାଙ୍କ ଅନୁପସ୍ଥିତିରେ ଅବଶିଷ୍ଟ ୩ ଟେଷ୍ଟ୍ରେ ନେତୃତ୍ବ ମଙ୍ଗ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ଏପରିସ୍ଥଳେ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ କିଭଳି ପ୍ରଭାବିତ କରିବ ସେନେଇ କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଜନ୍ ବୁକାନାନ୍। ସେହି ସମୟରେ ରାହାଣେଙ୍କ ଦାୟିତ୍ବ କ’ଣ ହେବା ଦରକାର ତାହା ମଧ୍ୟ ସେ କହିଛନ୍ତି। କୋହଲି ସ୍ବଦେଶ ଫେରିଯିବା ଭାରତୀୟ ଦଳ ପାଇଁ ବଡ଼ ଝଟ୍କା ହେବ। ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ବିଶେଷକରି ତାଙ୍କ ଆଭିମୁଖ୍ୟ, ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମନୋଭାବ ସାଙ୍ଗକୁ ଦଳଗତ ପ୍ରଦର୍ଶନର ବିଶ୍ବାସରୁ ବଞ୍ଚିତ ହେବ। ମୋଟାମୋଟି ଭାବେ ଭାରତୀୟ ଦଳ ବିଶ୍ବ କ୍ରିକେଟ୍ରେ ଜଣେ ଦମ୍ଦାର ବ୍ୟାଟ୍ସମ୍ୟାନ୍ଙ୍କ ସେବାରୁ ବଞ୍ଚିତ ହେବ ବୋଲି ବୁକାନାନ୍ କହିଛନ୍ତି। ସେପରିସ୍ଥଳେ ରାହାଣେ ଜଣେ ଅଧିନାୟକ ଏବଂ ସଫଳ ନେତୃତ୍ବ ନେଇପାରିବା ନେଇ ମୋର ବିଶ୍ବାସ ହେଉନି। ସେ କଦାପି କୋହଲି ହୋଇପାରିବେ ନାହିଁ କିମ୍ବା କୋହଲିଙ୍କ ଅନୁପସ୍ଥିତିରେ ତାଙ୍କ ଭଳି ହେବାକୁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି ବୁକାନାନ୍ ଚେତାଇ ଦେଇଛନ୍ତି। କୋହଲିଙ୍କ ଅନୁପସ୍ଥିତିରେ ବରଂ ରାହାଣେଙ୍କ ପ୍ରଥମ ଦାୟିତ୍ବ ହେବ ରନ୍ ସ୍କୋର୍ କରିବା। ସେହିକ୍ରମରେ ହିଁ ସେ ଦଳକୁ ଆଗେଇନେବାର ଉଦାହରଣ ଛାଡ଼ିବା ଉଚିତ ବୋଲି ବୁକାନାନ୍ ପ୍ରସ୍ତାବ ଦେଇଛନ୍ତି।
କୋହଲିଙ୍କ ଭଳି ହେବାକୁ ରାହାଣେ ଚେଷ୍ଟା କରିବା ଅନୁଚିତ: ବୁକାନାନ୍
/sambad/media/post_attachments/wp-content/uploads/2020/11/dgd54g65d4gd6a54g65465gdadgggdagdgdgadgagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)