ଇତିହାସ ରଚିଲେ ରାହି : ପ୍ରଥମ ମହିଳା ଭାବେ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଜିଣିଲେ

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ଭାରତକୁ ବନ୍ଧୁକ ଚାଳନାରେ ମିଳିଛି ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ। ମହିଳା ସୁଟର ରାହି ସର୍‌ନୋବତ୍‌ ଏହି ପଦକ ହାସଲ କରିଛନ୍ତି। ବୁଧବାର ମହିଳା ୨୫ମିଟର ପିସ୍ତଲ ଚାଳନା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ସଫଳତା ହାସଲ କରିଛନ୍ତି । ଏଥି ସହ ସର୍‌ନୋବତ୍‌ ଆଉ ଏକ ଇତିହାସ ମଧ୍ୟ ରଚିଛନ୍ତି। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିଣିିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ଆଜିର ପ୍ରତିଯୋଗିତାରେ ସର୍‌ନୋବତ୍‌ ଥାଇଲାଣ୍ଡ୍‌ର ପ୍ରତିଯୋଗୀ ନାଫ୍‌ସ୍ୱାନ୍‌ ୟଙ୍ଗ୍‌ପାଇବୁନ୍‌ଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜେତା ହୋଇଛନ୍ତି।

୨୭ ବର୍ଷୀୟା ରାହି ସର୍‌ନୋବତ୍‌ ଏହା ପୂର୍ବରୁ ଦେଶ ଲାଗି ବହୁ ପଦକ ଜିଣି ସାରିଛନ୍ତି। ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‌ ପଦକ ଲାଭ କରିଥିଲେ । ଏଯାବତ୍‌ ରାହି କମନ୍‌େଓ୍ଵଲ୍‌ଥ୍‌ ଗେମ୍‌ସରେ ୩ଟି ପଦକ ଜିତି ସାରିଛନ୍ତି। ୨୦୧୦ରେ ସେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିଣିଥିବା ବେଳେ ୨୦୧୪ କମନ୍‌େଓ୍ଵଲ୍‌ଥ୍‌ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ।

ସମ୍ବନ୍ଧିତ ଖବର