ଭୁବନେଶ୍ୱର: ମଣିପୁରର ଇମ୍ପାଲ୍ରେ ଆୟୋଜିତ ଏକାଦଶ ଜାତୀୟ ହୁଇଲ୍ ଚେୟାର ଫେନ୍ସିଂ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ଏବଂ ମଣିପୁର ବିଜେତା ହୋଇଛନ୍ତି। ପୂର୍ବରୁ ଦଳଗତ ବର୍ଗରେ ୨ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଶା ରବିବାର ବ୍ୟକ୍ତିଗତ ବର୍ଗରେ ୮ (୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୪ କାଂସ୍ୟ) ପଦକ ହାତେଇ ଉପବିଜେତା ହୋଇଥିଲା। ଓଡ଼ିଶା ପକ୍ଷରୁ ରାଖାଲ କୁମାର ସେଠୀ ସର୍ବାଧିକ ୩ ସ୍ୱର୍ଣ୍ଣ ଓ ୧ ରୌପ୍ୟ ସହ ମୋଟ ୪ ପଦକ କରାୟତ କରିଥିଲେ। ପୂର୍ବରୁ ଦଳଗତ ବର୍ଗରେ ବିଜେତା ହୋଇଥିବା ଓଡ଼ିଶା ଦଳର ସଦସ୍ୟ ଥିବା ରାଖାଲ ରବିବାର ପୁରୁଷ ଫଏଲ୍-ଏ ବର୍ଗରେ ସ୍ୱର୍ଣ୍ଣ ଏବଂ ସବାର-ଏରେ ରୌପ୍ୟ ଜିତିଥିଲେ। ଭି ରମେଶ ରାଓ ଫଏଲ୍-ଏରେ ରୌପ୍ୟ ଓ ଇପିରେ କାଂସ୍ୟ ପଦକ ପାଇଥିଲେ। ଫଏଲ୍ ଓ ଇପି ‘ବି’ ଉଭୟ ବର୍ଗରେ ପ୍ରଭାକର ବେହେରା ୨ କାଂସ୍ୟ ପଦକ କରାୟତ କରିଥିଲେ। ପୁରୁଷ ସବାର-ବିରେ ପ୍ରଫୁଲ୍ଲ ଖଣ୍ଡାୟତରାୟ କାଂସ୍ୟ ଏବଂ ମହିଳା ଫଏଲ୍-ଏରେ ମାଳତୀ ପାନାଉରେ ରୌପ୍ୟ ପଦକ ଜିତିଥିଲେ।
ରାଖାଲଙ୍କୁ ୪ ପଦକ; ଓଡ଼ିଶା ଉପବିଜେତା
ଜାତୀୟ ହୁଇଲ୍ ଚେୟାର ଫେନ୍ସିଂ
/sambad/media/post_attachments/wp-content/uploads/2018/03/12-Fencing-wheelchair-National.jpeg)