ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ର ଘୋଷଣା ହେବା ସହିତ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଥର ବିସିସିଆଇ ଟିମ୍ରେ କ’ଣ ଓ କେମିତ ପରିବର୍ତ୍ତନ କରୁଛି। ଏଥି ସହିତ ଟିମ୍ରେ କ’ଣ କିଛି ନବାଗତଙ୍କୁ ସୁଯୋଗ ମିଳିବ। ଯଦି ମିିଳିବ ସେ କିଏ। ଟେଷ୍ଟ ଟିମ୍ରେ ଏଥର କୌଣସି ନୂଆଁ ଖେଳାଳିଙ୍କୁ ସୁଯୋଗ ମିଳି ନାହିଁ। ଟେଷ୍ଟ ଟିମ୍ରେ ନୂଆଁ ଯେଉଁମାନେ ଟିମ୍କୁ ଫେରିଛନ୍ତି, ପୂର୍ବରୁ ଟିମ୍ର ଅଂଶବିଶେଷ ହୋଇସାରିଛନ୍ତି। ଦିନିକିଆ ଏବଂ ଟି-୨୦ରେ ଦୁଇଜଣ ନୂଆଁ ଖେଳାଳିଙ୍କୁ ସାମିଲ କରାଯାଇଛି। ଦ୍ରୁତ ବୋଲର ନବଦୀପ ସୈନୀଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ରେ ସାମିଲ କରାଯାଇଛି। ସେହିପରି ଟି-୨୦ରେ ସ୍ପିନର ରାହୁଲ ଚହରଙ୍କୁ ସୁଯୋଗ ମିଳିଛି।
ନବଦୀପ ସୈନୀ ୪୩ଟି ଫାର୍ଷ୍ଟକ୍ଲାସ ମ୍ୟାଚର ୭୫ ଇନିଂସରେ ୧୨୦ ଓ୍ଵିକେଟ ନେଇଛନ୍ତି। ଏଥିରେ ସେ ଗୋଟିଏ ଇନିଂସରେ ୩୨ ରନ ଦେଇ ୬ଟି ଓ୍ଵିକେଟ ନେଇଛନ୍ତି। ସେ ୨୦୧୯ ଆଇପିଏଲ ବେଙ୍ଗାଲୁରୁ ଟିମରେ ୧୩ଟି ମ୍ୟାଚ ଖେଳି ୧୧ ଓ୍ଵିକେଟ ନେଇଛନ୍ତି। ସୈନୀ ୱେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।
ଟି-୨୦ରେ ଅନ୍ୟ ଖେଳାଳି ଦୀପକ ଚାହରଙ୍କୁ ମଧ୍ୟ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିକେଟ ମିଳିଛି। ଦୀପକ ଚାହର ଆଇପିଏଲ ୨୦୧୯ରେ ଭଲ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ନିଜର ପ୍ରଭାବଶାଳୀ ସ୍ପିନ ବୋଲିଂ କରି ସେ ମୁମ୍ବାଇ ଇଣ୍ଡିଆନ୍ର ଜଣାଶୁଣା କ୍ରିକେଟରଙ୍କ ଭଳି ନାଁ କରିପାରିଥିଲେ। ଚେନ୍ନାଇରେ ଖେଳାଯାଇଥିବା ମୁମ୍ବାଇ-ଚେନ୍ନାଇ ମ୍ୟାଚରେ ଚାହର ୪ ଓଭର ବୋଲିଂ କରି ୧୪ ରନ ଦେଇଥିଲେ ଓ ସେ ୨ଟି ଓ୍ଵିକେଟ ନେଇଥିଲେ। ସେ ଫାପ୍ ଡୁପ୍ଲେସିସ ଓ ସୁରେଶ ରାଇନାଙ୍କୁ ପାଭଲିଅନ ଫେରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)