ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେବେ ଏହାପୂର୍ବରୁ ଅଭ୍ୟାସ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ପାକିସ୍ତାନ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବଡ ସ୍କୋର କରି ମଧ୍ୟ ପରାଜିତ ହୋଇଛି । ତେବେ ମ୍ୟାଚକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଭାରତ-ପାକିସ୍ତାନ ମ୍ୟାଚରେ ନେତୃତ୍ୱ ନେବାର ଦକ୍ଷତା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୟୁଏଇରେ ଭୁଲ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପାକିସ୍ତାନର ବାବର ଆଜମଙ୍କ ଉପରେ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ବାବରଙ୍କୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ । ତେଣୁ ବାବରଙ୍କୁ ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ନିଜକୁ ପ୍ରମାଣିତ କରିବାକୁ ହେବ ।
ସମ୍ବନ୍ଧିତ ଖବର