ନୂଆଦିଲ୍ଲୀ: ଜାନୁଆରି ୨୦୨୩ରେ ବାହାହେବେ କ୍ରିକେଟର୍ କେଏଲ୍ ରାହୁଲ ଏବଂ ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ପରେ ପରେ ହିଁ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ରାହୁଲ ନିଜେ ତାଙ୍କୁ ଏକଥା କହିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବଲିଉଡ୍ର ଆକ୍ସନ ଷ୍ଟାର ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ଏବଂ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ପ୍ରେମ କରି ଆସୁଛନ୍ତି। ରାହୁଲଙ୍କ ଏକାଧିକ ବିଦେଶ ଗସ୍ତରେ ଅଥିୟାଙ୍କୁ ତାଙ୍କ ସହ ଦେଖିବାକୁ ମିଳିସାରିଛି।
ଜାନୁଆରିରେ ବାହାହେବେ ରାହୁଲ-ଆଥିୟା
/sambad/media/post_attachments/wp-content/uploads/2022/09/54g65da4g65gda4g6d54gd65gd4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)