ରାହୁଲଙ୍କୁ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ମାନ୍ୟତା :ଭାରତ ଦ୍ୱିତୀୟକୁ ଉଠିଲା

ଦୁବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ୯ଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି। ଏହା ରହୁଲଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଜିତିବା ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ରୋହିତ ଶର୍ମା ଦୁଇଟି ସ୍ଥାନ ଉପରକୁ ଉଠି ଏକାଦଶ ଏବଂ ଅଧିନାୟକ ବିରାଟ କୋହଲି ୪ ସ୍ଥାନ ଖସି ଦ୍ୱାଦଶରେ ରହିଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ୍‌ ଶୀର୍ଷରେ ରହିବା ସହ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ୯୦୦ ପଏଣ୍ଟ୍‌ ହାସଲ କରିବାର ପ୍ରଥମ ଖେଳାଳି ହୋଇଛନ୍ତି। ପାକିସ୍ତାନର ଫକର ଜମନ ଦ୍ୱିତୀୟରେ ରହିଛନ୍ତି। ଦଳୀୟ ମାନ୍ୟତାରେ ଭାରତ ଆଗରେ ପାକିସ୍ତାନ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ବୋଲିଂରେ ଆଫ୍‌ଗାନିସ୍ତାନର ରସିଦ୍‌ ଖାନ, ପାକିସ୍ତାନର ସଦାବ ଖାନ୍‌ ପ୍ରଥମ ଦୁଇ ସ୍ଥାନରେ ଏବଂ ଭାରତର ୟୁଜବେନ୍ଦ୍ର ଚହଲ ଚତୁର୍ଥରେ ଅପରିବର୍ତିତ ଅଛନ୍ତି।

ସମ୍ବନ୍ଧିତ ଖବର