ମଞ୍ଜରେକରଙ୍କ କ୍ରିକେଟ୍ ମନ୍ଥନ, ୫ନମ୍ବର ପାଇଁ ରାହୁଲ ଉପଯୁକ୍ତ

ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ୍‌ ଦଳର ୫ନମ୍ବର ସ୍ଥାନରେ ବ୍ୟାଟି˚ କରିବାକୁ କେଏଲ୍‌ ରାହୁଲ ଉପଯୁକ୍ତ। ଏଥିସହିତ ସୁରେଶ ରାଇନା ଓ ଯୁବରାଜ ସି˚ହଙ୍କ ଭଳି ଖେଳାଳି ଖୋଜିବାକୁ ପୂର୍ବତନ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି। ସଞ୍ଜୟ ତାଙ୍କ ଟ୍ବିଟର ପୃଷ୍ଠାରେ ପ୍ରଶ˚ସକଙ୍କ ସହିତ କ୍ରିକେଟ୍‌ ବିଷଷୟରେ ଆଲୋଚନା କରୁଥିବାବେଳେ ଏହା ଉଲ୍ଲେଖ କରିଛନ୍ତି। ଦିନିକିଆ ଦଳରେ ରାହୁଲଙ୍କୁ ଖେଳାଯିବା ଉଚିତ ହେବ ନା ତାଙ୍କ ନଜରରେ ଆଉ କେହି ଖେଳାଳି ସେହି ସ୍ଥାନରେ ବ୍ୟାଟି˚ କରିବାକୁ ଯୋଗ୍ୟ ବୋଲି ପ୍ରଶ˚ସକଙ୍କ ପ୍ରଶ୍ନର ଜବାବରେ ସେ ଏହା କହିଥିଲେ। ଗତ ଜାନୁଆରିରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ରାହୁଲ ମଧ୍ୟକ୍ରମରେ ବ୍ୟାଟି˚ କରିଥିଲା ବେଳେ ସଫଳତା ପାଇଥିଲେ। ପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ପ୍ରଦର୍ଶନ ଜାରି ରଖିଥିଲେ। ଏଥିସହିତ ରାହୁଲ ଦିନିକିଆରେ ଵିକେଟ୍‌ ରକ୍ଷକ ଭୂମିକାରେ ବି ଅବତୀର୍ତ୍ତ ହୋଇଛନ୍ତି। ତେବେ ଅଷ୍ଟ୍ରେଲିଆରେ ହେବାକୁଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ୪ନମ୍ବର ସ୍ଥାନ ଓ ଅଲରାଉଣ୍ଡର ପାଇଁ କାହାକୁ ପସନ୍ଦ କରିବେ ବୋଲି ଆଉଏକ ପ୍ରଶ୍ନ ପଚରା ଯାଇଥିଲା। ଏହି ଦୁଇସ୍ଥାନ ପାଇଁ ଯଥାକ୍ରମେ ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଦର୍ଶାଇଛନ୍ତି ମଞ୍ଜରେକର। ଘରୋଇ ପ୍ରତିଯୋଗିତାରେ ମୁମ୍ବାଇର ପ୍ରଦର୍ଶନ ଓ ଦ୍ରୁତ ବୋଲର ବାହାରୁନଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଦଳରେ ଉଚ୍ଚକୋଟିର ନେତୃତ୍ବର ଅଭାବ ପରିଲକ୍ଷିତ ହେଉଛି। ଗତ ରଣଜୀ ଋତୁରେ ଯଦିଓ ମୁମ୍ବାଇରେ ଭଲ ଖେଳାଳି ଥିଲେ କିନ୍ତୁ ପୂର୍ବଭଳି ପ୍ରଦର୍ଶନ ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର