ମୁମ୍ବାଇ : ଭାରତୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳିଭାବେ ଜଣାଣୁଣା ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ବା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ନ୍ୟୁଜିଲାଣ୍ଡ ସିରିଜରୁ ସେ ଦାୟିତ୍ବ ଗ୍ରହଣ କରିବେ । ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି ସର୍ବସମ୍ମତିକ୍ରମେ ଦ୍ରାବିଡ଼ଙ୍କ ନାଁରେ ମୋହର ମାରିଛି । ଭାରତୀୟ ଟିମର କୋଚ ହେବା ସମ୍ମାନର ବିଷୟ ବୋଲି ରାହୁଲ କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦ୍ରାବିଡ଼ଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି । ରାହୁଲଙ୍କର ଏକ ଉଲ୍ଲେଖନୀୟ କ୍ୟାରିୟର ରହିଛି ଓ ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି କହିଛନ୍ତି ।
ଟିମ ଇଣ୍ଡିଆର ନୂଆ କୋଚ ପାଇଁ ବିସିସିଆଇ ଅକ୍ଟୋବର ୨୬ରେ ଆବେଦନ ଆହ୍ବାନ କରିଥିଲା ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବ । ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ଦ୍ରାଭିଡଙ୍କ କିପରି ସମ୍ପର୍କ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।