ମୁମ୍ବାଇ : ଭାରତୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳିଭାବେ ଜଣାଣୁଣା ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ବା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଟି-୨୦ ବିଶ୍ବକପ ପରେ ସେ ଦଳର କାର୍ଯ୍ୟଭାର ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ଚାଲିବ ।

Advertisment

ତାଙ୍କ ପାଇଁ ବିସିସିଆଇ ପକ୍ଷରୁ ଏକ ଆକର୍ଷଣୀୟ ଦରମାର ବ୍ୟବସ୍ଥା କରାଯାଇଛି । ନିଜର ଏହି ସେବା ପାଇଁ ସେ ପ୍ରାୟ ୧୦ କୋଟି ଟଙ୍କା ପାଇବେ । ଏହା ଫଳରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ଭାରତୀୟ କୋଚରେ ପରିଣତ ହେବେ ।

ଦ୍ରାବିଡ଼ଙ୍କ କୋଚିଂ ଟିମରେ ରହିବେ ବୋଲିଂ କୋଚ୍ ପ୍ରବୀଣ ମାମ୍ରେ ଓ ବ୍ୟାଟିଂ କୋଚ୍ ବିକ୍ରମ ରୋଠୋର । ଦ୍ରାବିଡ଼ ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ୍ ଦଳର କୋଚ ଥିବାବେଳ ମାମ୍ରେ ତାଙ୍କ ସହ କାମ କରିଥିଲେ । ୧୯ ବର୍ଷରୁ କମ ଭାରତୀୟ ଦଳ ୨୦୨୦ ବିଶ୍ବକପ ଫାଇନାଲକୁ ଯାଇଥିଲା ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବ । ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ଦ୍ରାଭିଡଙ୍କ କିପରି ସମ୍ପର୍କ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ ।