ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍: ବିସିସିଆଇ ସଚିବ ଜୟ ଶାହା

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରେ ଦଳକୁ ପ୍ରଶିକ୍ଷଣ ଦେବେ। କଲମ୍ବୋସ୍ଥିତ ଆର ପ୍ରେମଦାସା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଶିଖର ଧାୱନଙ୍କ ନେତୃତ୍ୱାଧୀନ ଦଳ ତିନିଟି ଦିନିକିଆ ଏବଂ ଟି-୨୦ ଖେଳିବାର ଯୋଜନା ରହିଛି। ବିସିସିଆଇ ସଚିବ କହିଛନ୍ତି ଯେ, ରାହୁଲ ଶ୍ରୀଲଙ୍କା ସିରିଜ୍ ପାଇଁ ଦଳକୁ ପ୍ରଶିକ୍ଷଣ ଦେବେ । ଏହି ଦଳ ସୋମବାର ଦିନଠାରୁ ସାତ ଦିନ କଠିନ ସଙ୍ଗରୋଧରେ ରହିଛନ୍ତି । ଏହା ପରେ ଖେଳାଳିମାନେ ଇନଡୋର ଟ୍ରେନିଂ ସହିତ ଆହୁରି ସାତ ଦିନ ସହଜ ସଙ୍ଗରୋଧରେ ରହିବେ |

Tutor extraordinaire
The Statesman

ଜୁନ୍ ୨୮ରେ ଟିମ୍ କଲମ୍ବୋ ଅଭିମୁଖେ ଯାତ୍ରା କରିବ ଏବଂ ତାଲିମ ନେବା ପୂର୍ବରୁ ଜୁଲାଇ ୪ପର୍ଯ୍ୟନ୍ତ ୩ଦିନ କଠିନ ସଙ୍ଗରୋଧରେ ରହିବ | ଏହା ପରେ ଜୁଲାଇ ୧୩ ରେ କଲମ୍ବୋରେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ସାଧାରଣ ଟ୍ରେନିଂ ଦିଆଯିବ | ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯିବ, ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୯ରେ ଖେଳାଯିବ । ସେହିପରି ୨୨ ଜୁଲାଇରେ ପ୍ରଥମ ଟି-୨୦ ମ୍ୟାଚ୍, ୨୪ ଜୁଲାଇରେ ଦ୍ୱିତୀୟ ଟି-୨୦ ଏବଂ ୨୭ ଜୁଲାଇରେ ତୃତୀୟ ଟି-୨୦ ଖେଳାଯିବ । ସମସ୍ତ ମ୍ୟାଚ୍ କୋଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।

ତେବେ ସିନିୟର ଟିମ୍ ସହ ଦ୍ୱିତୀୟ ଥର ପାଇଁ ଯୋଡି ହେବାକୁ ଯାଉଛନ୍ତି ରାହୁଲ ଦ୍ରାବିଡ । ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ଗସ୍ତ ସମୟରେ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ରହିଥିଲେ ରାହୁଲ ।

ସମ୍ବନ୍ଧିତ ଖବର