ନୂଆଦିଲ୍ଲୀ: ଚତୁର୍ଥ ଋତୁର ପ୍ରାଇମ୍ ଭଲିବଲ୍‌ ଲିଗ୍ ପୂର୍ବରୁ ଏକ ନୂଆ ସଂଯୋଗ ନଜରକୁ ଆସିଛି। ଭାରତୀୟ କ୍ରିକେଟର୍‌ କେଏଲ୍ ରାହୁଲ୍‌ ଏକ ଫ୍ରାଞ୍ଚାଇଜ୍ ସହ ଯୋଡ଼ି ହୋଇଛନ୍ତି। ଗୋଆ ଗାର୍ଡିଏନ୍ସର ସହକାରୀ ମାଲିକାନା ଦାୟିତ୍ବ ନେଇଛନ୍ତି। ଭଲିବଲ୍‌କୁ ଯେଉଁ ସ୍ବୀକୃତି ମିଳିବା କଥା ମିଳି ନଥିବାରୁ ରାହୁଲ ଏ ଦିଗରେ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଅକ୍ଟୋବର ୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ‘‘ଏହା ମୋ ପାଇଁ ଏକ ସମ୍ପୂର୍ଣ୍ଣ ବଳୟ ଭଳି ମୁହୂର୍ତ ଆଣି ଦେଇଛି। 

Advertisment

ଭାରତୀୟ କ୍ରୀଡ଼ା ପାଇଁ ‘ପିଭିଏଲ୍‌’ ଟର୍ଣ୍ଣିଂ ପଏଣ୍ଟ ହେବାକୁ ଯାଉଛି। ଭଲିବଲ୍‌କୁ ବଡ଼ ପରଦାରେ ଆଣିବା ଫଳରେ ଏହାକୁ ଅଧିକରୁ ଅଧିକ ଲୋକ ଦେଖିବେ ଏବଂ ଭଲ ପାଇବେ’’ ବୋଲି ରାହୁଲ କହିଛନ୍ତି। ମୁଁ ଏହି ଖେଳକୁ ସବୁବେଳେ ଉପଭୋଗ କରି ଆସିଛି। ଚତୁର୍ଥ ଋତୁରେ ଗୋଆ ଗାର୍ଡିଏନ୍ସ ପଦାର୍ପଣ କରିବାକୁ ଯାଉଛି। ରାହୁଲ ଏହି ଦଳ ସହ ଯୋଡ଼ି ହୋଇଥିବାରୁ ଆମେ ଉଲ୍ଲସିତ ଓ ଉତ୍ସାହିତ ବୋଲି କହିଛନ୍ତି ଗୋଆ ଗାର୍ଡିଏନ୍ସର ପ୍ରତିଷ୍ଠାତା ତଥା ମୁଖ୍ୟ ମାଲିକ ରାଜୁ ଚେକୁରୀ।