ପର୍ଲ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ବ ନେଇ କେଏଲ୍ ରାହୁଲ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ଲିଷ୍ଟ ଏ’ କ୍ରିକେଟ୍ରେ ଅଧିନାୟକତ୍ବର କୌଣସି ଅଭିଜ୍ଞତା ନଥାଇ ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେବାରେ ତୃତୀୟ ଖେଳାଳି ହୋଇଛନ୍ତି ସେ। ଏହି କ୍ଲବ୍ରେ ସାମିଲ ଥିବା ଅନ୍ୟ ଦୁଇ ଭାରତୀୟ କ୍ରିକେଟର୍ ହେଲେ ସୟଦ କିର୍ମାନୀ ଓ ବୀରେନ୍ଦ୍ର ସେହବାଗ। ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ତେବେ ସେ ଆହତ ହୋଇ ସଂପୂର୍ଣ୍ଣ ଗସ୍ତରୁ ବାଦ ପଡ଼ିବା ପରେ ରାହୁଲଙ୍କୁ ଚୟନକର୍ତ୍ତା ଅଧିନାୟକ କରିଥିଲେ। ରାହୁଲ ମଧ୍ୟ କୌଣସି ଅନ୍ତର୍ଜାତୀୟ ଏକଦିବସୀୟ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଇବାର ଗୌରବ ଅର୍ଜନ କରିଛନ୍ତି। ନିଜ ୩୯ତମ ମ୍ୟାଚ୍ରେ ଏହି ସୌଭାଗ୍ୟ ଲାଭ କରିଛନ୍ତି ରାହୁଲ। ପୂର୍ବରୁ ୫୦ କିମ୍ବା ତା’ଠୁ କମ୍ ଦିନିକିଆ ମ୍ୟାଚ୍ ଖେଳି ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେବାର ସୁଯୋଗ ୧୯୮୪ ମସିହାରେ ମହିନ୍ଦର ଅମରନାଥ ପାଇଥିଲେ। ଅମରନାଥ ନିଜ ୩୫ତମ ଦିନିକିଆରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
ଲିଷ୍ଟ ଏ’ ନେତୃତ୍ବ ଅଭିଜ୍ଞତା ବିନା ଭାରତର ଅଧିନାୟକ ହେବାରେ ରାହୁଲ ତୃତୀୟ
/sambad/media/post_attachments/wp-content/uploads/2022/01/g165gd46g56g4g6gdagdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)