ନୂଆଦିଲ୍ଲୀ: କନ୍ୟା ସନ୍ତାନର ଜନକ ହେବା ପରେ ୱିକେଟ୍ ରକ୍ଷକ ବ୍ୟାଟର୍ କେଏଲ୍ ରାହୁଲ ଶନିବାର ନିଜ ନୂଆ ଦଳ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ଫଳରେ ରବିବାରର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିବାର ଆଶା ସଂଚାର ହୋଇଛି। ରାହୁଲଙ୍କୁ ଚଳିତ ବର୍ଷର ମେଗା ନିଲାମରେ ୧୪ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା। ତେବେ ଗତ ୨୪ ତାରିଖରେ ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ ଝିଅ ଜନ୍ମ ଦେବା ଯୋଗୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ ସେ ଖେଳି ପାରି ନଥିଲେ। ଏହି ମ୍ୟାଚ୍‌କୁ କିନ୍ତୁ ଦିଲ୍ଲୀ ରୋମାଞ୍ଚକ ଭାବେ ଜିତି ନେଇଥିଲା।  ଏହା ପୂର୍ବରୁ ଗତ ଦୁଇଟି ଋତୁ ହେବ ଲକ୍ଷ୍ନୌର ଅଧିନାୟକ ଥିଲେ ରାହୁଲ। ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଭିଡିଓ ଜାରି କରି ରାହୁଲ ଦଳରେ ଯୋଗଦେଇଥିବା ସୂଚନା ଦେଇଛି। ଏଥିରେ ଦଳୀୟ ଖେଳାଳି ମିଳିତ ଭାବେ ରାହୁଲଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିଳୁଛି।