କଟକ: ବିଶ୍ବକପ୍ ପାଇଁ ଯାଇଥିବା ଭାରତୀୟ ଦଳ ସବୁଠୁ ଶକ୍ତିଶାଳୀ ଦଳ ବୋଲି କହିପାରିବା। କାରଣ ଦଳର ବ୍ୟାଟି˚, ବୋଲି˚ ଓ ଫିଲ୍ଡି˚ ବିଭାଗ ସନ୍ତୁଳିତ ରହିଛି। ସବୁ ଖେଳାଳି ପେସାଦାର। କିନ୍ତୁ ସେମାନଙ୍କୁ ଆରମ୍ଭରୁ ଇ˚ଲଣ୍ଡ ପରିବେଶ ସହିତ ଲଢେଇ କରିବାକୁ ପଡ଼ିବ। ସବୁ ଖେଳାଳିମାନେ ପ୍ରତ୍ୟେକ ମ୍ୟାଚ୍କୁ ନୂଆ ମ୍ୟାଚ୍ ଭାବେ ଖେଳିବାକୁ ହେବ। ସାମ୍ନା କରୁଥିବା ପ୍ରତ୍ୟେକ ବଲ୍କୁ ନୂଆ ବଲ୍ ଭାବେ ଚିନ୍ତା କରିବାକୁ ପଡ଼ିବ। କୌଣସି ମ୍ୟାଚ୍କୁ ହାଲ୍କା ଭାବେ ନନେଇ ଶତପ୍ରତିଶତ ଉଦ୍ୟମ କଲେ ଭାରତ ନିଶ୍ଚିତ ବିଶ୍ବକପ୍ ଜିତିବ ବୋଲି ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବୋଲି˚ ପ୍ରଶିକ୍ଷକ ସୌରଜିତ ମହାପାତ୍ର କହିଛନ୍ତି। ପ୍ରତ୍ୟେକ ମ୍ୟାଚ୍ରେ ନୂଆ ନୂଆ ଚାପ ଆସିବ। ସେହି ଚାପକୁ ଯିଏ ସାମ୍ନା କରିବାର ସାହସ ରଖୁଥିବ ସେ ହିଁ ନାୟକ ହେବ ବୋଲି ସେ କହିଛନ୍ତି। ଇ˚ଲଣ୍ତରେ ଏହି ସମୟରେ ବର୍ଷା ହୋଇଥାଏ। ଥଣ୍ତା ପାଗରେ ବଲ୍ ଭାସିବ। ପିଚ୍ରେ ମଏଶ୍ଚର ରହିବ। ତେଣୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପରିବେଶରେ ଖେଳିବା ଚାଲେଞ୍ଜ୍ ହେବ। ତଥାପି ଭଲ ବ୍ୟାଟି˚ କ୍ରମ ଥିବାରୁ ଭାରତ ଏଭଳି ପରିସ୍ଥିତିକୁ ଠିକ୍ ଭାବେ ସାମ୍ନା କରିପାରିବ। ତେବେ ଚତୁର୍ଥ ସ୍ଥାନରେ କିଏ ଖେଳିବ ତାହା ଏବେବି ରହସ୍ୟ ରହିଛି। ତଥାପି ଲୋକେଶ ରାହୁଲ ଏହି ସ୍ଥାନ ପାଇଁ ଉପଯୁକ୍ତ ହୋଇପାରନ୍ତି। କିନ୍ତୁ ଇ˚ଲଣ୍ଡ ପରିବେଶରେ ଚତୁର୍ଥ ସ୍ଥାନରେ କେହି ସ୍ଥାୟୀ ଭାବେ ଖେଳିପାରିବେନି। ପ୍ରତ୍ୟେକ ମ୍ୟାଚ୍ରେ ପରିବର୍ତ୍ତନ ହୋଇପାରେ। ମ୍ୟାଚର ସ୍ଥିତିକୁ ଦେଖି ଅଧିନାୟକ ଓ ପ୍ରଶିକ୍ଷକ ନିଷ୍ପତ୍ତି ନେବାକୁ ଛାଡ଼ିଦିଆଯାଉ ବୋଲି କହିଛନ୍ତି ଏହି ପୂର୍ବତନ ଦ୍ରୁତ ବୋଲର। ତେବେ ଇ˚ଲଣ୍ଡରେ ଘରୋଇ ଦଳ ଅଧିକ ଫାଇଦାରେ ରହିବ। ପ୍ରତ୍ୟେକ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। କୌଣସି ଦଳକୁ ଦୁର୍ବଳ ଭାବିବା ବୋକାମି ହେବ। ଇ˚ଲଣ୍ଡରୁ ଭାରତର ବିଶ୍ବ ବିଜେତା ଯାତ୍ରା ୧୯୮୩ ମସିହାରୁ ଆରମ୍ଭ ହୋଇଥିବା ବେଳେ ସେଠାରେ ପୁଣି ଥରେ କୋହଲି ବାହିନୀ ବିଜେତା ହୋଇ ଫେରନ୍ତୁ ବୋଲି ସେ ଆଶା ରଖିଛନ୍ତି।
ଚତୁର୍ଥ ସ୍ଥାନରେ ବ୍ୟାଟି˚ ପାଇଁ ରାହୁଲ ଉପଯୁକ୍ତ: ସୌରଜିତ
/sambad/media/post_attachments/wp-content/uploads/2019/05/Sourajit-Mohapatra1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)