ନୂଆଦିଲ୍ଲୀ: ସମାଜର ଅବହେଳିତ, ପ୍ରପୀଡ଼ିତ, ନିଷ୍ପେଷିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ଲାଗି ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଗତ ବର୍ଷ ବିଶ୍ୱକପ୍ ସମୟରେ ବ୍ୟବହାର କରିଥିବା ବ୍ୟାଟ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୧୮ ତାରିଖରେ ରାହୁଲ ଜନ୍ମ ଦିନ ଥିଲା। ଏହି ଦିନ ସେ ନିଜ ଟ୍ବିଟର୍ ପୃଷ୍ଠାରେ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ନିଲାମରୁ ମିଳିବାକୁ ଥିବା ସମସ୍ତ ଅର୍ଥ ରାଶି ଭାରତର ବିସ୍ଥାପିତ, ଅବହେଳିତ ତଥା ଅସୁରକ୍ଷିତ ପିଲାମାନଙ୍କୁ ଶିକ୍ଷା ଅଧିକାର ପ୍ରଦାନ କରିବାରେ କାର୍ଯ୍ୟ କରୁଥିବା ଆୱେରା ଫାଉଣ୍ଡେସନ୍କୁ ଯିବ। ମୋର କ୍ରିକେଟ୍ ପ୍ୟାଡ୍, ଗ୍ଲୋଭସ୍, ହେଲମେଟ ଏବଂ କିଛି ଜର୍ସି ଆମର ସହଯୋଗୀ ଭାରତ ଆର୍ମିକୁ ଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି। ଭାରତ ଆର୍ମି ଏହି ସାମଗ୍ରୀଗୁଡ଼ିକ ନିଲାମ କରି ପାଣ୍ଠିକୁ ଆୱେର୍ ଫାଉଣ୍ଡେସନ୍କୁ ଦେବ। ଏହି ଫାଉଣ୍ଡେସନ୍ ପିଲାଙ୍କୁ ସାହାଯ୍ୟ କରିବାରେ ସବୁବେଳେ ଦୃଷ୍ଟି ଦେଇଥାଏ। ଏହା ଅତି ସ୍ବତନ୍ତ୍ର ଏବଂ ଏଭଳି କାମ କରିବା ଲାଗି ଆଉ ଭଲ ଦିନ ପାଇ ନଥାନ୍ତି ବୋଲି ରାହୁଲ କହିଛନ୍ତି। ସୋମବାରଠୁ ଆରମ୍ଭ ହୋଇଥିବା ନିଲାମରେ ରାହୁଲଙ୍କ ସ୍ୱାକ୍ଷରିତ ୨୦୧୯ ବିଶ୍ୱକପ୍ ବ୍ୟାଟ୍, ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ ଜର୍ସି ସହିତ ତାଙ୍କ ବ୍ୟାଟିଂ ଗ୍ଲୋଭସ୍, ହେଲମେଟ୍ ଏବଂ ପ୍ୟାଡ୍ ରହିଛି। ନିଲାମରେ ଭାଗ ନିଅନ୍ତୁ। ମୋତେ ଓ ପିଲାମାନଙ୍କୁ କିଛିଟା ଭଲ ପାଇବା ଦିଅ। ଏହି କଠିନ ସମୟରେ ଏକ ହୋଇ ରହିବା ଏବଂ ପୁଣି ଦୃଢ଼ ହୋଇ ଫେରିବା ବୋଲି ରାହୁଲ କହିଛନ୍ତି।
ବିଶ୍ବକପ୍ ବ୍ୟାଟ୍ ନିଲାମ କରିବେ ରାହୁଲ
/sambad/media/post_attachments/wp-content/uploads/2020/04/download-1-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)