ନଟିଂହାମ: ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବାଦ୍ ପଡ଼ିବା ପରେ ଗୁରୁବାର ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ତାଙ୍କ ବିକଳ୍ପ ଖେଳାଳି ଏବଂ ସମ୍ଭାବ୍ୟ ବର୍ଷାକୁ ନେଇ ଅଧିକ ଚର୍ଚା ଚାଲିଛି। ରୋହିତ-ଧାୱନ ବାମ-ଡାହାଣ ଯୋଡ଼ି ଭାଙ୍ଗିବା ପରେ ଧାୱନଙ୍କ ସ୍ଥାନରେ ଲୋକେଶ ରାହୁଲ ଖେଳିବେ ବୋଲି ଦଳ ସଂକେତ ଦେଇଛି। ଧାୱନଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେବେ ନାହିଁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ୪ ନମ୍ବର ସ୍ଥାନକୁ ନେଇ ତର୍କ ବିତର୍କ ପୁଣି ଥରେ ଆରମ୍ଭ ହୋଇଯାଇଛି। ଗୁରୁବାର କିନ୍ତୁ ଦୀନେଶ କାର୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଭାରତୀୟ ଦଳ ଲଗାତାର ଦୁଇଟି ବିଜୟ ହାସଲ କରିଥିଲା ବେଳେ ନ୍ୟୁଜିଲାଣ୍ଡ ଲଗାତାର ତିନିଟି ବିଜୟ ପାଇଛି। ଅଭ୍ୟାସ ମ୍ୟାଚ୍ରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଥିଲା। ପୁଣି ବିଶ୍ବକପ୍ ପରିସଂଖ୍ୟାନରେ ଏହି ଦଳ ଭାରତଠାରୁ ଢେର ଆଗୁଆ ରହିଛି। ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ବକପ୍ ଗୁଡ଼ିକରେ ଭାରତ କେବେ ବି ନ୍ୟୁଜିଲାଣ୍ଡକୁ ହରାଇ ନାହିଁ। ଏସବୁ ଦୃଷ୍ଟିରୁ ଆସନ୍ତାକାଲିର ନଟିଂହାମ ମୁକାବିଲା ଭାରତ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହେବାକୁ ଯାଉଛି। ଧାୱନ ଆହତ ହେବା ଟିମ୍ ଇଣ୍ଡିଆର ସନ୍ତୁଳନକୁ ବି ବିଗାଡ଼ି ଦେଇଛି। ନଟିଂହାମରେ ସର୍ବାଧିକ ଦଳଗତ ସ୍କୋର ୪୮୧/୬ ରହିଛି। ଏଠାରେ ସଫଳ ପଶ୍ଚାତଧାବନ ୩୫୦/୩ ଅଛି। ତେବେ ସବୁକିଛି ପାଗ ଉପରେ ନିର୍ଭର କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। /sambad/media/post_attachments/wp-content/uploads/2019/06/newz-Ind-resault-300x164.jpg)
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଦୀନେଶ କାର୍ତିକ/ ବିଜୟ ଶଙ୍କର, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), କଲିନ ମୁନ୍ରୋ/ହେନରି ନିକୋଲାସ, ରସ୍ ଟେଲର, ଟମ୍ ଲାଥାମ, ଜେମ୍ସ ନୀସାମ, କଲିନ୍ ଡି’ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ୍।
ରାହୁଲ ପାଳି ଆରମ୍ଭ କରିବେ, ଶଙ୍କର କିମ୍ବା କାର୍ତିକଙ୍କୁ ମିଳିବ ସୁଯୋଗ, ବର୍ଷା ଆଶଙ୍କା
/sambad/media/post_attachments/wp-content/uploads/2019/06/112-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)