ଭୁବନେଶ୍ବର: ବିଭିନ୍ନ ସ୍ଥାନରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍ରେ ଶନିବାର ପୂର୍ବତଟ ରେଳବାଇ, ଓଡ଼ିଶା ଏଫ୍ସି ଓ ଓଡ଼ିଶା ପୁଲିସ୍ ବିଜୟୀ ହୋଇଛନ୍ତି। ସପ୍ତମ ବାଟାଲିଅନ୍ ପଡ଼ିଆରେ ପୂର୍ବତଟ ରେଳବାଇ ୬-୦ ଗୋଲ୍ରେ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍କୁ ହରାଇଛି। ୱାଇ କମଳାଦେବୀ (୨, ୧୩, ୫୮ ମିନିଟ୍)ଙ୍କ ୩ ଗୋଲ୍ ସହ ପିଙ୍କି ପୂର୍ତ୍ତି (୨୭ ମିନିଟ୍), ସୁପ୍ରିୟା ରାଉତରାୟ (୪୫+୧ ମିନିଟ୍), ଲାହାରି ମଙ୍ଗରାଜ (୫୧ ମିନିଟ୍)ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ଜିତାଇଥିଲେ। କ୍ୟାପିଟାଲ୍ ପଡ଼ିଆରେ ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୬-୧ ଗୋଲ୍ରେ ସ୍ପୋର୍ଟ୍ସ ଓଡ଼ିଶାକୁ ପରାସ୍ତ କରିଛି।
ଦୀପା ନାୟକ (୧୭, ୬୩, ୮୨, ୮୮ ମିନିଟ୍) ୪ ଓ ଯଶୋଦା ମୁଣ୍ଡା (୭, ୪୫ ମିନିଟ୍) ୨ ଗୋଲ୍ ଦେଇଥିଲା ବେଳେ ପ୍ରତିପକ୍ଷର ମନୀଷା ନାୟକ ୫୨ ମିନିଟ୍ରେ ଗୋଟିଏ ଗୋଲ୍ ଶୁଝି ପାରିଥିଲେ। ସପ୍ତମ ବାଟାଲିଅନ୍ ପଡ଼ିଆରେ ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ୫-୦ ଗୋଲ୍ରେ ଓଜିପିକୁ ହରାଇଛି। ଜବାମଣୀ ସୋରେନ୍ ୨ ମିନିଟ୍, ସୁମନପ୍ରଜ୍ଞା ମହାପାତ୍ର ୩୦ ମିନିଟ୍, ଆରତୀ ଅନିମା ଖଡ଼ିଆ ୩୪ ମିନିଟ୍, ଯଶମଣି ସମଦ ୪୦ ମିନିଟ୍ ଓ ସୁସ୍ମିତା ଦଳେଇ ୭୧ ମିନିଟ୍ରେ ଗୋଲ୍ ଦେଇ ପୁଲିସ୍ ଦଳକୁ ଜିତାଇଥିଲେ।