ରୁଡ଼କୀ: ଭାରତୀୟ କ୍ରିକେଟ୍‌ ଦଳର ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତଙ୍କ ‌ଉତ୍ତରାଖଣ୍ଡ ରୁଡ଼କୀ ସହରସ୍ଥିତ ଘର ସାମ୍ନାରେ ରେଳବାଇ ପ୍ରାୟ ଡଜନେ ଖୁଣ୍ଟ ପୋତିଦେଇଛି। ରେଳବାଇ ଯେଉଁ ଜମିରେ ଖୁଣ୍ଟ ପୋତିଛି ତାହା ରେଳବାଇର। ଏହାକୁ ସେଠାରେ ଘର କରିଥିବା ଲୋକମାନେ ପାର୍କିଂ ପାଇଁ ବ୍ୟବହାର କରୁଥିଲେ। ବାରାମ୍ବାର ନୋଟିସ ସତ୍ତ୍ବେ ନଶୁଣିବାରୁ ରେଳବାଇ ଏହି ପଦକ୍ଷେପ ନେଇଛି। ‌‌ଯଦି ପରବର୍ତୀ ସମୟରେ ପୋତା ଯାଇଥିବା ଖୁଣ୍ଟକୁ କିଏ ଉଠାଏ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ରେଳବାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛି। ଯେତେବେଳେ ରେଳବାଇ ଅଧିକାରୀ ଏହି ଜବର ଦଖଲ ଉଚ୍ଛେଦ କରିବାକୁ ଆସିଥିଲେ ସେମା‌ନେ ସ୍ଥାନୀୟ ‌ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ।। ପୋଲିସ ଉପସ୍ଥିତରେ ଜବର ଦଖଲ ଜମିରେ ରେଳବାଇ ଖୁଣ୍ଟ ପୋତି ନିଜ ଅକ୍ତିଆରକୁ ଅଣିବାକୁ ସକ୍ଷମ ହୋଇଥିଲା।