ରାଜ୍ୟ ହକି ଫାଇନାଲ୍‌ରେ ରେଳବାଇ, ଖୋର୍ଦ୍ଧା

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍ ଏବଂ କିଟ୍ ହକି ଷ୍ଟାଡିୟମ୍‌ରେ ପ୍ରଥମ ଥର ପାଇଁ ଚାଲିଥିବା ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ହାଓ) ବରିଷ୍ଠ ହକି ପ୍ରତିଯୋଗିତାର ଫାଇନାଲ୍‌‌ରେ ପୂର୍ବତଟ ରେଳବାଇ ଏବଂ ଖୋର୍ଦ୍ଧା ମୁହାଁମୁହିଁ ହେବେ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଖୋର୍ଦ୍ଧା ୪-୦ ଗୋଲ୍‌ରେ ସେଲ୍‌ ଏକାଡେମୀକୁ ହରାଇଥିଲା। ଖୋର୍ଦ୍ଧା ପକ୍ଷରୁ ଡି ପ୍ରସାଦ କୁଜୁର (୨୦ ମିନିଟ୍‌), ଗ୍ରିଗୋରି ଖେସ୍‌ (୪୧ ମିନିଟ୍‌), ରୋଶନ କୁଜୁର (୪୩ ମିନିଟ୍‌) ଏବଂ ଆକାଶ ସୋରେଙ୍ଗ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲ୍‌ରେ ପୂର୍ବତଟ ରେଳବାଇ ୪-୩ ଗୋଲ୍‌ରେ ସୁନ୍ଦରଗଡ଼କୁ ପରାସ୍ତ କରିଥିଲା। ପୂର୍ବତଟ ରେଳବାଇ ପକ୍ଷରୁ ଜେଜେ ମୁଣ୍ଡା (୨ ମିନିଟ୍‌), ଅଧିନାୟକ ଅର୍ବିନ ବାର୍ଲା (୧୦ ମିନିଟ୍‌), ରାଜିନ କନ୍ଦୁଲନା (୧୯ ମିନିଟ୍‌) ଓ ସୁମନ ବେକ (୪୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସୁନ୍ଦରଗଡ଼ର ମାତିଆସ ଡାଙ୍ଗ (୨୦ ମିନିଟ୍‌), ସୁଶାନ୍ତ ଟପ୍ପୋ (୩୬ ମିନିଟ୍‌) ଓ ଆଦ୍ରୋହିତ ଏକ୍କ‌ା (୫୧ ମିନିଟ୍‌) ଗୋଟିଏ ଲେଖାଏଁ ଶୁଝିଥିଲେ।

ସମ୍ବନ୍ଧିତ ଖବର