ବର୍ଷା ଛାଡିବାର ନାଁ ଧରୁନାହିଁ, ବାତିଲ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ

ଟେଣ୍ଟବ୍ରିଜ : ଚଳିତ ବିଶ୍ୱକପରେ ଆଜି ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ପୁଣି ଖଳନାୟକ ସାଜିଛି ବର୍ଷା । ମଝିରେ କିଛି ସମୟ ପାଇଁ ବର୍ଷା ଛାଡିଯାଇଥିଲେ ମଧ୍ୟ ଭାରତୀୟ ସମୟ ୩ଟା ବେଳଠାରୁ ପୁଣି ପ୍ରବଳ ବର୍ଷା ଚାଲିଛି । ଏହା ଫଳରେ ଭାରତୀୟ ସମୟ ୩.୩୦ରେ ହେବାକୁ ଥିବା ଗ୍ରାଉଣ୍ଡ ପରିଦର୍ଶନରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପରିଦର୍ଶନ ପରେ ଗ୍ରାଉଣ୍ଡ କର୍ମଚାରୀ ପଡିଆରେ ଆବୃତ ରଖାଯାଇଥିବା ପାଲ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ବର୍ଷାର ପରିମାଣକୁ ଦେଖି ଲାଗୁଛି ଯେ ଆଜି ମ୍ୟାଚ ମଧ୍ୟ ବାତିଲ ହୋଇପାରେ ।
ଗୋଟିଏ ବିଶ୍ୱକପରେ ଏତେ ସଂଖ୍ୟକ ମ୍ୟାଚ ବର୍ଷାଯୋଗୁଁ ବାତିଲ ହେବା ପ୍ରଥମ ଘଟଣା ହୋଇଛି । ଏବେ ସୁଦ୍ଧା ୩ଟି ମ୍ୟାଚ େଓ୍ଵଷ୍ଟ ଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା-ବାଂଲାଦେଶ ଓ ପାକିସ୍ତାନ ଶ୍ରୀଲଙ୍କା ମ୍ୟାଚ ବାତିଲ ହୋଇଯାଇଛି । ଏହା ଫଳରେ ଆଇସିସିର ଏହି କାର୍ଯ୍ୟସୂଚୀକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର