ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ଟସ ହୋଇପାରିନାହିଁ | ପଡିଆରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ଏହାକୁ ଶୁଖାଇବା ପାଇଁ ଏବେ ଜୋରସୋରରେ ପ୍ରଚେଷ୍ଟା ଚାଲିଛି | ତେବେ ଏବେ ବି ଆକାଶରେ କଳା ବାଦଲ ଢାଙ୍କି ହୋଇରହିଥିବାରୁ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି | ଏହା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ଧର୍ମଶାଳାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା |
Latest visuals coming in from Dharamsala. Does not look great at the moment.#INDvSA pic.twitter.com/Ob0GMvplm0
— BCCI (@BCCI) March 12, 2020
ଆଉ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ସକାଳୁ ଧର୍ମଶାଳାରେ ବର୍ଷା ଲାଗି ରହିଛି | କିଛି ସମୟ ପାଇଁ ବର୍ଷା ଛାଡିଥିଲେ ବି ଆକାଶରେ କଳା ମେଘ ରହିଥିବାରୁ ମ୍ୟାଚ ବେଳେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ୍ ଖେଳାଯିବ।
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଧର୍ମଶାଳା, ଦ୍ୱିତୀୟ ମ୍ୟାଚ୍ ୧୫ ତାରିଖରେ ଲକ୍ଷ୍ନୌ ଓ ତୃତୀୟ ତଥା ଫାଇନାଲ ମୁକାବିଲା ୧୮ରେ କୋଲକାତାରେ ଖେଳାଯିବ। ଭାରତୀୟ ଟିମରେ ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ପୃଥ୍ଵୀ ସ, କେଏଲ୍ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନଭଦୀପ ସଇନି, କୁଲଦୀପ ଯାଦବ ଓ ଶୁଭମନ ଗିଲ ପ୍ରମୁଖ ରହିଛନ୍ତି |