ପାକିସ୍ତାନ-ଇଂଲଣ୍ଡ ଟି-୨୦ରେ ବର୍ଷା

ମାଞ୍ଚେଷ୍ଟର୍‌ : ଓଲ୍ଡଟ୍ରାଫୋର୍ଡଠାରେ ଶୁକ୍ରବାର ଖେଳାଯାଇଥିବା ପାକିସ୍ତାନ-ଇଂଲଣ୍ଡ ପ୍ରଥମ ଟି-୨୦ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ପାକିସ୍ତାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବାବେଳେ ବର୍ଷା ବାଧାବେଳକୁ ଇଂଲଣ୍ଡ ୧୬.୧ ଓଭରରେ ୬ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ପ୍ରଥମ ଓଭରରେ ଜନି ବେୟାରଷ୍ଟୋଙ୍କୁ ସ୍ପିନର ଇମଦ୍ ୱାସିମ୍‌ କଟ୍ ଆଣ୍ଡ୍‌ ବୋଲ୍ଡ କରିନେଇଥିଲେ। ଡେଭିଡ୍ ମଲାନ (୨୩)ଙ୍କୁ ସାଥି କର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଟମ୍ ବଂଟ୍ଟନ୍‌ (୭୧, ୪୨ ବଲ, ୪ ଚୌକା, ୫ ଛକା) ୭୧ ରନ୍ ଭାଗୀଦାରି କରିଥିଲେ। ବଂଟ୍ଟନ୍‌ ମାତ୍ର ୩୩ ବଲରୁ ତାଙ୍କ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଅର୍ଧଶତକ ହାସଲ କରି ନେଇଥିଲେ। ସ୍ପିନରଙ୍କ ପ୍ରଭାବ କାରଣରୁ କିନ୍ତୁ ଇଂଲଣ୍ଡ ପୁଣି ମଧ୍ୟକ୍ରମରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସଦାବ୍ ଖାନ୍ (୨/୩୩), ଇମଦ୍ ୱାସିମ୍ (୨/୩୧) ଏବଂ ଇଫିତିକାର ଅହମ୍ମଦ (୧/୭) ସଫଳ ବୋଲର ଥିଲେ। ମଲାନ୍ ରନ୍ ଆଉଟ୍ ହୋଇଥିଲେ।

ସମ୍ବନ୍ଧିତ ଖବର