ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେ୍ଵଣ୍ଟି-୨୦କୁ କ୍ରିକେଟ୍ ପ୍ରେମୀ ଚାତକ ଭଳି ଚାହିଁ ବସିଛନ୍ତି। ହେଲେ ବର୍ଷା ଏଥିରେ ବ୍ୟାଘାତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ମଙ୍ଗଳବାର ସଂଧ୍ୟାରେ ବର୍ଷା ହେବାର ପୂର୍ବାନୁମାନ ସ୍ଥାନୀୟ ପାଣି ପାଗ ବିଭାଗ କାର୍ଯ୍ୟାଳୟ କରିଛି। ବିଶେଷ କରି ଉତ୍ତରପୂର୍ବ ମୌସୁମୀ ମ୍ୟାଚ୍ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଥିରୁବନ୍ତପୁରମରେ ନୂଆ କରି ନିର୍ମାଣ ହୋଇଥିବା ଗ୍ରିନ୍ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତଜାତୀୟ ଟେ୍ଵଣ୍ଟି-୨୦ ଆୟୋଜିତ ହେବାକୁ ଯାଉଥିଲା ବେଳେ ଆୟୋଜକ କେରଳ କ୍ରିକେଟ୍ ସଂଘ (କେସିଏ) କିନ୍ତୁ ମ୍ୟାଚ୍ ସୁରୁଖୁରୁରେ ଶେଷ ହେବ ବୋଲି ଆତ୍ମବିଶ୍ୱାସର ସହ କହିଛି। ଆମ ପାଖରେ ଭଲ ଜଳ ନିଷ୍କାସନ ବ୍ୟବସ୍ଥା ରହିଛି। ତିନିଟି ସୁପର ସୋକର ମେସିନ୍ ପ୍ରସ୍ତୁତ କରି ରଖିଛୁ। ଦରକାର ପଡ଼ିଲେ ଆମେ ସମଗ୍ର ପଡ଼ିଆକୁ ଘୋଡ଼ାଇ ଦେଇ ପାରିବୁ। ମ୍ୟାଚ୍ ବେଳେ ବର୍ଷା ହେଲେ ମଧ୍ୟ ଏହା ୧୫ ମିନିଟ୍ ଭିତରେ ପୁଣି ଥରେ ଆରମ୍ଭ ହେବାରେ କୌଣସି ଅସୁବିଧା ହେବନି ବୋଲି କେସିଏ ସଂପାଦକ ଜୟେସ୍ ଜର୍ଜ କହିଛନ୍ତି।
ବର୍ଷା ସୃଷ୍ଟି କରିପାରେ ବିଭ୍ରାଟ
/sambad/media/post_attachments/wp-content/uploads/2017/11/t20-logo-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)