ଦ୍ବିତୀୟ ଆସେସ୍‌ : ବର୍ଷା ଧୋଇନେଲା ପ୍ରଥମ ଦିନ

ଲର୍ଡସ : ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ୍‌ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ର ପ୍ରଥମ ଦିନ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇଯାଇଛି। ବର୍ଷାର ଖେଳ ଏମିତି ଥିଲା ‌ଯେ ବୁଧବାରଠୁ ଆରମ୍ଭ ହେବାକୁଥିବା ଏହି ମ୍ୟାଚ୍‌ରେ ଟସ୍‌ ମଧ୍ୟ ପଡ଼ି ପାରିନାହିଁ। ବହୁବାର ‌ପଡ଼ିଆ ପରିଦର୍ଶନ ପରେ ସ୍ଥାନୀୟ ସମୟ ଅପରାହ୍ଣ ୪.୨୦ (ଭାରତୀୟ ସମୟ ରାତି ୮.୫୦)ରେ ଅମ୍ପାୟାର ପ୍ରଥମ ଦିନ ଖେଳକୁ ବାତିଲ କରିଥିଲେ। ଗୁରୁବାର ସକାଳ ୧୧ଟାରୁ ଖେଳ ଆରମ୍ଭ ହେବାକୁ ଥିଲା ବେଳେ ବାକିଥିବା ୪ ଦିନ ପାଗ ଉପଯୋଗୀ ରହିଲେ ଅଧିକ ୩୦ ମିନିଟ୍‌ ଲେଖାଏଁ ଖେଳାଯିବ। ୨୦ ବର୍ଷ ପରେ ଆସେସ୍‌ ଶୃଙ୍ଖଳାର ପ୍ରଥମ ଦିନ ଏବଂ ଗୋଟିଏ ଦଶନ୍ଧି ପରେ ଆସେସ୍‌ ଶୃଙ୍ଖଳାର ଗୋଟିଏ ଦିନ ବାତିଲ ହେବାର ଦେଖିବାକୁ ମିଳିଛି। ପୂର୍ବରୁ ମେଲ୍‌ବର୍ନରେ ୧୯୯୮ ଆସେସ୍‌ ଅନ୍ତର୍ଗତ ବକ୍ସିଂ ଡେ’ ଟେଷ୍ଟ୍‌ ପ୍ରଥମ ଦିନ ବାତିଲ ହୋଇଥିଲା। ସେହିପରି ଇଂଲଣ୍ଡ ଓ ବିଶେଷକରି ଲର୍ଡସରେ ଶେଷ ଥର ଲାଗି ୧୯୯୭ (ଦ୍ବିତୀୟ ଟେଷ୍ଟ୍‌)ର ପ୍ରଥମ ଦିନ ବାତିଲ ହୋଇଥିଲା। ସେହପରି ୨୦୦୯ ପରେ ପ୍ରଥମ ଥର ଲାଗି କୌଣସି ଆସେସ୍‌ ଟେଷ୍ଟ୍‌ର ଗୋଟିଏ ଦିନ ବାତିଲ ହେବାରେ ଏହା ପ୍ରଥମ ଘଟଣା ହୋଇଛି।

ସମ୍ବନ୍ଧିତ ଖବର