ନୂଆଦିଲ୍ଲୀ: ବେଆଇନ ବେଟିଂ ଆପ୍ ମାଧ୍ୟମରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଭାରତର ପୂର୍ବତନ କ୍ରିକେଟର୍‌ ସୁରେଶ ରାଇନା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି।  ୩୮ବର୍ଷୀୟ ରାଇନାଙ୍କୁ ଇଡି ଏଥିଲାଗି ମଙ୍ଗଳବାର ସମନ ଜାରି କରିଥିଲା। ୧ଏକ୍ସବେଟ୍‌ ନାମକ ଉକ୍ତ ପ୍ଲାଟ୍‌ଫର୍ମର ପ୍ରଚାର ପ୍ରସାର କରିଥିବାରୁ ରାଇନାଙ୍କୁ ପଚରାଉଚରା କରିବା ଲାଗି ଇଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Advertisment

ଏହି ମାମଲାରେ ସଂପୃକ୍ତ ଥିବା ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଅଭିନେତା ରାଣା ଡଗୁବାଟୀ  ସୋମବାର ହାଇଦ୍ରାବାଦରେ ଇଡିରେ ହାଜର ହୋଇଥିଲେ। ତେଲେଙ୍ଗାନା ପୁଲିସ ଅନ୍‌ଲାଇନ୍‌ ବେଟିଂରେ ମାମଲାରେ ସାମିଲ ନେଇ ୨୫ ଜଣ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ବୁକ୍‌ କରିଥିଲା। ଏହି ମାମଲାରେ ଆଗକୁ ମଧ୍ୟ ଅନେକ ସେଲିବ୍ରିଟିଙ୍କୁ ସମନ କରାଯିବାର ସମ୍ଭାବନା ରହିଛି।