ନୂଆଦିଲ୍ଲୀ : ଗତବର୍ଷ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ରେ ସୁରେଶ ରାଇନା ଆଦୌ ଖେଳିବାର ସୁଯୋଗ ପାଇନଥିଲେ। ନିଜର ସଂପର୍କୀୟଙ୍କ ପରଲୋକ ପରେ ସେ ଦୁବାଇରୁ ଘରକୁ ଫେରି ଆସିଥିଲେ। ସେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସହ ତାଙ୍କର ମନୋମାଳିନ୍ୟ ଘଟିଥିବା ଗୁଜବ ସୃଷ୍ଟି ହୋଇଥିଲା। ହେଲେ ଚଳିତ ବର୍ଷର ସଂସ୍କରଣ ପାଇଁ ତାଙ୍କୁ ସିଏସ୍କେ ରଖିବାର ନିଷ୍ପତ୍ତି ନେବା ପରେ ସେଭଳି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଫଳରେ ରାଇନା ଏବେ ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ୧୦୦ କୋଟି ଟଙ୍କା ରୋଜଗାର କ୍ଲବ୍ରେ ସାମିଲ ହୋଇଥିବା କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ଆଇପିଏଲ୍ରେ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିବାରେ ରାଇନା ଚତୁର୍ଥ ଭାରତୀୟ କ୍ରିକେଟର ହେବେ। ମିଳିଥିବା ରିପୋର୍ଟ ଅନୁଯାୟୀ ଚଳିତ ସଂସ୍କରଣରେ ଭତ୍ତା ବାବଦରେ ସେ ୧୧ କୋଟି ଟଙ୍କା ପାଇବେ। ଗତବର୍ଷ ସେ କେବଳ ତାଙ୍କ ଚୁକ୍ତି ଅର୍ଥର ୧୦ ପ୍ରତିଶତ ପାଇଥିଲେ। ଯାହାକି ୧.୧ କୋଟିରେ ସୀମିତ ରହିଥିଲା। ଗତ ସଂସ୍କରଣରେ ଧୋନି (ସିଏସ୍କେ) ୧୫ କୋଟି ଭତ୍ତା ପାଇଥିଲା ବେଳେ ରୋହିତ (ମୁମ୍ବାଇ) ବି ୧୫ କୋଟି ପାଇଛନ୍ତି। ତେବେ କୋହଲି (ଆର୍ସିବି) ୧୭ କୋଟି ପାଇଥିଲେ। ଏହି ତିନି ଜଣ ମଧ୍ୟ ଚଳିତ ବର୍ଷ ସମାନ ପରିମାଣର ଭତ୍ତା ପାଇବେ ବୋଲି ଏକ ରିପୋର୍ଟକୁ ପ୍ରକାଶ।
ଧୋନି, ରୋହିତ ଓ କୋହଲିଙ୍କ ୧୦୦ କୋଟି କ୍ଲବ୍ରେ ରାଇନା
/sambad/media/post_attachments/wp-content/uploads/2021/01/Suresh-Raina-Joins-Dhoni-Rohit-Kohli-In-100-Cr-Club.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)