ରାଇନାଙ୍କ ଶତକ ଓ ୭,୦୦୦

କୋଲକାତା: କୋଲକାତାରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଘରୋଇ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି। ଏହା କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଆଇପିଏଲ୍‌-୨୦୧୮ ପୂର୍ବରୁ ଫ୍ରାଞ୍ଚାଇଜିଙ୍କୁ ନିଜ ଦକ୍ଷତା ବିଷୟରେ ଅବଗତ କରାଇଦେବା ସହ ଟେ୍ଵଣ୍ଟି-୨୦ରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ୭,୦୦୦ ରନ୍‌ ପୂରଣ କରିଛନ୍ତି। ୩୧ ବର୍ଷୀୟ ରାଇନା ସୋମବାର ବେଙ୍ଗଲ ବିପକ୍ଷରେ ମାତ୍ର ୫୯ ବଲ୍‌ରୁ ୧୨୬* ରନ୍‌ର ଧମାକାଦାର ପାଳି ଖେଳି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ୨୨ ବଲରୁ ଅର୍ଧଶତକ ଅର୍ଜନ କରିବା ପରେ ୪୯ ବଲ୍‌ରୁ ଶତକ ପୂରଣ କରିଥିଲେ। ସେଥିମଧ୍ୟରେ ସେ ୧୩ ଚୌକା ଏବଂ ୭ ବିଶାଳ ଛକା ମାରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତିରେ ରାଇନା ଏହି ସ୍ମରଣୀୟ ପାଳି ଖେଳିଥିଲେ। କୋହଲି ପୂର୍ବରୁ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ସମସ୍ତ ପ୍ରକାର ଟେ୍ଵଣ୍ଟି-୨୦ରେ ୭,୦୦୦ ରନ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର