ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ସୁରେଶ ରାଇନାଙ୍କୁ ଡାକରା ମିଳିଛି। ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳା ଖେଳିଥିବା ଦଳରେ ହୋଉଥିବା ପରିବର୍ତନରେ ରାଇନାଙ୍କ ନାମ ପ୍ରମୁଖ। ଅଲରାଉଣ୍ଡର୍ ଅକ୍ଷର ପଟେଲ୍ ଏବଂ ମୁମ୍ବାଇ ଦ୍ରୁତ ବୋଲର ସାର୍ଦୁଲ ଠାକୁର ମଧ୍ୟ ଦଳକୁ ଫେରିଛନ୍ତି। ସେହିଭଳି ବିବାହ କାରଣରୁ ଶ୍ରୀଲଙ୍କା ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଖେଳି ନ ଥିବା ବିରାଟ କୋହଲି, ଭୁବନେଶ୍ୱର କୁମାରଙ୍କ ସହିତ ବ୍ୟକ୍ତିଗତ କାରଣରୁ ଓହରିଥିବା ଶିଖର ଧାଓ୍ଵନ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ବାଦ୍ ପଡ଼ିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ମୁମ୍ବାଇର ଉଦୀୟମାନ ତାରକା ଶ୍ରେୟସ ଆୟର। ତାଙ୍କ ସହିତ ବାସିଲ ଥମ୍ପି, ଦୀପକ ହୁଦା, ମହମ୍ମଦ ସିରାଜ ଓ ଓ୍ଵାସିଂଟନ୍ ସୁନ୍ଦରଙ୍କୁ ବାହାରିଯିବାକୁ ପଡ଼ିଛି। ୨୦୧୫ ମସିହାରୁ ଟେଷ୍ଟ୍ ଓ ଦିନିକିଆ ଖେଳିନଥିବା ରାଇନା ଶେଷ ଥର ପାଇଁ ୨୦୧୭ ଫେବ୍ରୁଆରିରେ ଇଂଲଣ୍ଡ ବିପକ୍ଷରେ ଟେ୍ଵଣ୍ଟି-୨୦ ଖେଳିଥିଲେ। ଗତ ରଣଜୀ ଋତୁରେ ଖରାପ ଖେଳିଥିଲେ ମଧ୍ୟ ସଦ୍ୟ ସମାପ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲଗାତାର ପାଳିରେ ଶତକ ଓ ୨ ଅର୍ଧଶତକ ହାସଲ କରିଥିଲେ। ୩୯.୨୫ ହାର ଏବଂ ୧୪୬.୦୪ ଷ୍ଟ୍ରାଇକ୍ ରେଟ୍ରେ ମୋଟ ୩୧୪ ରନ୍ କରି ଚୟନକର୍ତାଙ୍କ ଆସ୍ଥା ଜିତିଥିଲେ। ସୂଚନାଯୋଗ୍ୟ, ଦକ୍ଷିକ୍ଷ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଫେବ୍ରୁଆରି ୧ (ଡର୍ବାନ୍), ୪ (ସେଞ୍ଚୁରିଅନ୍), ୭ (କେପ୍ ଟାଉନ୍), ୧୦ (ଜୋହାନେ୍ସବର୍ଗ), ୧୩ (ପୋର୍ଟ ଏଲିଜାବେଥ୍), ୧୬ (ସେଞ୍ଚୁରିଅନ୍) ତାରିଖରେ ଖେଳାଯିବ। ଏହା ପରେ ୩ ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି ଶୃଙ୍ଖଳା ଫେବ୍ରୁଆରି ୧୮, ୨୧ ଓ ୨୪ ତାରିଖରେ ଖେଳାଯିବ।
ଭାରତୀୟ ଟେ୍ଵଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଲୋକେଶ ରାହୁଲ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଅକ୍ଷର ପଟେଲ୍, ଯୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ଜୟଦେବ ଉନାଦକତ୍, ସାର୍ଦୁଲ ଠାକୁର।
ଟେ୍ଵଣ୍ଟି-୨୦ ଦଳକୁ ଫେରିଲେ ରାଇନା
/sambad/media/post_attachments/wp-content/uploads/2018/01/26-Suresh-Raina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)