ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୭ ମ୍ୟାଚ ମଧ୍ୟରୁ ୨୦୧୫ରେ ବିରାଟ କୋହଲିଙ୍କ ଶତକ (୧୦୭) ଛଡ଼ା ଆଉ କିଛି ମନେପକାଇ ନପାରିଲେ ବି ପ୍ରଶ˚ସକମାନେ ଦାୟୀ କରିବେନି। କାରଣ ସେହି ମ୍ୟାଚକୁ ଭାରତ ୭୬ ରନ୍ରେ ଜିତି ନେଇଥିଲା। ଏହି ମ୍ୟାଚରେ ସୁରେଶ ରାଇନା ମଧ୍ୟ ଚମତ୍କାର ପାଳି ଖେଳିଥିଲେ। କିନ୍ତୁ କୋହଲିଙ୍କ ଶତକ ଆଗରେ ଏହା ଫିକା ପଡ଼ିଯାଇଥିଲା। ରାଇନାଙ୍କ ଉକ୍ତ ପାଳିର ଅଧା ଶ୍ରେୟ ଅଧିନାୟକ ମହେନ୍ଦ୍ର ସି˚ହ ଧୋନିଙ୍କୁ ମଧ୍ୟ ଯିବ ବୋଲି ସେ କହିଛନ୍ତି। କାରଣ ଏହି ମ୍ୟାଚରେ ଧୋନି ତାଙ୍କୁ ୪ ନମ୍ବର ସ୍ଥାନରେ ଖେଳିବାକୁ ସୁଯୋଗ ଦେଇଥିଲେ।
ବିଶ୍ବକପ୍ରେ ଆଜିଙ୍କ୍ୟ ରାହାଣେଙ୍କୁ ୪ ନମ୍ବର ସ୍ଥାନ ପାଇଁ ରଖାଯାଇଥିଲା ଓ ରାଇନା ୫ ନମ୍ବରରେ ବ୍ୟାଟି˚କୁ ଆସୁଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ଉକ୍ତ ମ୍ୟାଚରେ କୋହଲି ଓ ଧାଵନ ବିନା କୌଣସି ଦ୍ବିଧାରେ ବ୍ୟାଟି˚ କରୁଥିବାରୁ ଧୋନି ହଠାତ୍ ତାଙ୍କ ପାଖକୁ ଆସି ପ୍ୟାଡ ପିନ୍ଧିବାକୁ କହିଥିଲେ। ଏସ˚କ୍ରାନ୍ତରେ ରାଇନା କହିଛନ୍ତି ଯେ ସେ ଧୋନିଙ୍କ ନିଷ୍ପତ୍ତି ଉପରେ କେବେ ବି ପ୍ରଶ୍ନ କରିନଥା'ନ୍ତି। ଏହି ମ୍ୟାଚ ବେଳେ ୨୦ ଓଭର ପରକୁ ରାଇନା ସାଣ୍ତଵିଚ୍ ଖାଉଥିବା ବେଳେ ଧୋନି ତାଙ୍କ ପାଖକୁ ଆସି ବ୍ୟାଟି˚ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ଧାଵନ ରନ୍ ଆଉଟ ହେବାପରେ ରାଇନା ବ୍ୟାଟି˚ କରିଥିଲେ ଓ ୭୦ରୁ ୮୦ ରନ୍ ସ˚ଗ୍ରହ କରିବା ପରେ ଆଉଟ ହୋଇଥିବା ସାକ୍ଷାତକାରରେ କହିଛନ୍ତି। ଭାରତ ୨୯.୫ ଓଭରରେ ୩ ଵିକେଟ ବିନିମୟରେ ୧୬୨ ରନ୍ ସ˚ଗ୍ରହ କରିଥିଲା ବେଳେ ରାଇନା ବ୍ୟାଟି˚ କରିବାକୁ ଆସିଥିଲେ। ତାଙ୍କ ବ୍ୟାଟି˚ ଭିତରେ ସେ ୪ ଚୌକା ଓ ୩ ଛକା ସହାୟତାରେ ୫୬ ବଲ୍ରୁ ୭୪ ରନ୍ ସ˚ଗ୍ରହ କରିଥିଲେ। ଏଥିସହ କୋହଲିଙ୍କ ସହ ୧୧୦ ରନ୍ର ଭାଗୀଦାରି ବନାଇଥିଲେ। ତେବେ ମ୍ୟାଚ ପରେ ରାଇନା ଧୋନିଙ୍କୁ ଏହି ହଠାତ୍ ବ୍ୟାଟି˚କ୍ରମରେ ପରିବର୍ତ୍ତନର କାରଣ ପଚାରିଥିଲେ। ଲେଗ ସ୍ପିନରଙ୍କୁ ରାଇନା ଅଧିକ ଭଲ ଭାବେ ଖେଳିପାରିବେ ବୋଲି ଆକଳନ କରି ଧୋନି ତାଙ୍କୁ ଏହି ସ୍ଥାନରେ ବ୍ୟାଟି˚ ପାଇଁ ପଠାଇଥିବା ଜବାବ ଦେଇଥିଲେ। ଏପରିକି ତାଙ୍କ ବ୍ୟାଟି˚କୁ ମଧ୍ୟ ଧୋନି ପ୍ରଶ˚ସା କରିଥିଲେ।
ଧୋନିଙ୍କ ଏଭଳି ରଣନୀତି ପାଇଁ ପାକିସ୍ତାର ପ୍ରମୁଖ ଲେଗ ସ୍ପିନର ୟାସିର ଶାହ ଉକ୍ତ ମ୍ୟାଚରେ ଵିକେଟ ହୀନ ହୋଇ ରହିଯାଇଥିଲେ। ୟାସିରଙ୍କୁ ରାଇନା ପ୍ରବଳ ପ୍ରହାର କରିଥିଲେ। ୮ ଓଭରରେ ୟାସିର ୬୦ ରନ୍ ବ୍ୟୟ କରିଥିଲେ। ୟାସିର ପ୍ରଭାବହୀନ ହେବାରୁ ପାର୍ଟ ଟାଇମ୍ ସ୍ପିନର ହାରିସ ସୋହେଲ ବୋଲି˚ କରିଥିଲେ ବି ୪ ଓଭରରେ ୨୬ ରନ୍ ବ୍ୟୟ କରିଥିଲେ। କିନ୍ତୁ ସୋହେଲ ଖାନ୍ ମ୍ୟାଚରେ ୫ ଵିକେଟ ନେଇ ତାଙ୍କ ଦଳ ପାଇଁ ଆଶ୍ବସ୍ତି ଆଣିଥିଲେ ବି ଭାରତ ମ୍ୟାଚରେ ୩୦୦ ରନ୍ ଛିଡ଼ା କରିପାରିଥିଲା। ଜବାବରେ ପାକିସ୍ତାନ ୪୭ ଓଭରରେ ୨୨୭ ରନ୍ କରିଥିଲା ବେଳେ ସମସ୍ତ ଵିକେଟ ହରାଇଥିଲା। ରାଇନା କହିଛନ୍ତି ଯେ ଧୋନି ସବୁବେଳେ ଅନ୍ୟମାନଙ୍କ ଅପେକ୍ଷା ଗୋଟିଏ ପାଦ ଆଗରେ ଥା'ନ୍ତି। ମ୍ୟାଚସାରା ଵିକେଟ ପଛରେ ରହୁଥିଲା ବେଳେ ପିଚ୍ରେ ଟର୍ଣ୍ଣ ଓ ସୁଇ˚ କେତେ ହେଉଛି ତାହାକୁ ଅନୁଧ୍ୟାନ କରିଥାନ୍ତି। ତଥାପି ସେ କ୍ବଚିତ୍ ଭୁଲ୍ ପ୍ରମାଣିତ ହୋଇଛନ୍ତି। ଧୋନିଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବା ରାଇନା କହିଛନ୍ତି।