କଲମ୍ବୋ: ନିଦାହାସ୍ ଟ୍ରଫି ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ସୋମବାର ଖେଳା ଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ କଲମ୍ବୋର ଏକ ହୋଟେଲରେ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆକର୍ଷଣର କେନ୍ଦୁବିନ୍ଦୁ ସାଜିଥିଲେ। ନିଜ ସୁମଧୁର କଣ୍ଠରେ ରାଇନା ଦଳୀୟ ହୋଟେଲରେ ପ୍ରସିଦ୍ଧ ବଲିଉଡ୍ ଗାୟକ କିଶୋର କୁମାରଙ୍କ ଲୋକପ୍ରିୟ ଗୀତ ‘ୟେ ସାମ୍ ମସତାନି’ ଗାଇଥିଲେ। ୭୦ ଦଶକରେ ମୁକ୍ତିଲାଭ କରିଥିବା ‘କଟି ପତଙ୍ଗ’ ଚଳଚ୍ଚିତ୍ରର ଏହି ଗୀତଟି ସେତେବେଳେ ଧୁମ୍ ମଚାଇଥିଲା ବେଳେ ଏବେବି କୋଟି କୋଟି ଭାରତୀୟଙ୍କ ପସନ୍ଦର ଗୀତ ହୋଇ ରହିଛି। ଭାରତୀୟ ଦଳର ଯୁବ ତାରକା ଋଷବ ପନ୍ତ ଓ ଅନ୍ୟମାନେ ମଧ୍ୟ ଏଥିରେ ରାଇନାଙ୍କ ସାଥ୍ ଦେଇଥିଲେ। ହୋଟେଲରେ ସେତେବେଳେ ଉପସ୍ଥିତ ଥିବା ଗ୍ରାହକମାନେ ଏହି ଗୀତର ଭରପୁର ମଜା ନେଇଥିଲେ। ଏହି ଭିଡିଓକୁ ବିସିସିଆଇ ରବିବାର ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଛି। ଯାହାକୁ ଭାରତୀୟ କ୍ରିକେଟ୍ ପ୍ରେମୀ ବେଶ୍ ପସନ୍ଦ କରୁଛନ୍ତି।
ଶ୍ରୀଲଙ୍କାରେ ରାଇନା ଗାଇଲେ ‘ୟେ ସାମ୍ ମସତାନି’
/sambad/media/post_attachments/wp-content/uploads/2018/03/Raina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)