ଲକ୍ଷ୍ନୌ: ନିଜର ୩୪ତମ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ସୁରେଶ ରାଇନା ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଗ୍ରାସିଆ ରାଇନା ଫାଉଣ୍ଡେସନ୍ (ଜିଆର୍ଏଫ) ନାମକ ଏକ ଏନ୍ଜିଓ ଗଠନ କରିଥିବା ରାଇନା ପତ୍ନୀ ପ୍ରିୟଙ୍କାଙ୍କୁ ଏହାର ସହଯୋଗୀ ପ୍ରତିଷ୍ଠାତା ରଖିଛନ୍ତି। ନଭେମ୍ବର ୨୭ ତାରିଖରେ ସୁରେଶ ରାଇନା ତାଙ୍କ ୩୪ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ସୋମବାର ଏକ କାର୍ଯ୍ୟକ୍ରମ ଜରିଆରେ ଉତ୍ତରପ୍ରଦେଶର ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା, ବାଳକ ଓ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ୍, ହାତ ଓ ବାସନ ଧୁଆ ଏବଂ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ବାରା ପ୍ରାୟ ୧୦,୦୦୦ ସ୍କୁଲ୍ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ନିଶ୍ଚିତ କରିହେବ ବୋଲି ଆଶା କରାଯାଇଛି। ଏହି ଦମ୍ପତି ମଧ୍ୟ ଅବହେଳିତ ବର୍ଗର ୫୦୦ ମା’ଙ୍କୁ ରାସନ୍ କିଟ୍ ପ୍ରଦାନ କରିଛନ୍ତି।
୩୪ ବିଦ୍ୟାଳୟରେ ସ୍ବଚ୍ଛ ଓ ପାନୀୟ ଜଳ ବ୍ୟବସ୍ଥା କରିବେ ରାଇନା
/sambad/media/post_attachments/wp-content/uploads/2020/11/raina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)