ରେନିଜ୍‌ ଜିତିଲା ଫ୍ରେଞ୍ଚ୍‌ କପ୍‌

ସେଣ୍ଟ୍‌ ଡେନିସ୍‌ (ଫ୍ରାନ୍ସ): ରେନିଜ୍‌ ୬-୫ (୨-୨) ପେନାଲ୍ଟି ସୁଟ୍‌ଆଉଟ୍‌ରେ ପ୍ୟାରିସ୍ ସେଣ୍ଟ୍‌ ଜର୍ମେନ୍‌ (ପିଏସ୍‌ଜି)କୁ ହରାଇ ପ୍ରେଞ୍ଚ୍‌ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଶନିବାର ‌ଷ୍ଟେଡ୍ ଡି’ଫ୍ରାନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ରେନିଜ୍‌ ଏବଂ ପିଏସ୍‌ଜି ଫାଇନାଲ୍‌ ମ୍ୟାଚ୍‌ ନିର୍ଧାରିତ ସମୟରେ ଅମୀମାଂସିତ ରହିଥିଲା। ଆରମ୍ଭରୁ ପିଏସ୍‌ଜିକୁ ଡାନି ଆଲ୍‌ଭେସ୍‌ (୧୩ ମିନିଟ୍‌) ଏବଂ ନେମାର (୨୨ ମିନିଟ୍‌) ଆଗୁଆ କରିଥିଲେ। ହେଲେ କିଲିଆନ୍‌ ଏମ୍‌ବାପେ (୪୦ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ସ୍ଥିତି ୨-୧ ହୋଇଯାଇଥିଲା। ପରେ ମେକ୍ସର (୬୬ ମିନିଟ୍‌) ‌ଏକ ଗୋଲ୍‌ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ଏହା ପରେ ଉଭୟ ଦଳ ଗୋଲ୍‌ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇନଥିଲେ। ଶେଷରେ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ରେନିଜ୍‌ ଜିତି ୧୯୭୧ ପରେ ପ୍ରଥମ ଥର କପ୍‌ ଜିତିବା ସାଙ୍ଗକୁ ଆସନ୍ତା ଋତୁ ଲାଗି ୟୁରୋପା ଲିଗ୍‌ ଖେଳିବା ପାଇଁ ସ୍ଥାନ ପକ୍କା କରି ନେଇଥିଲା।

ସମ୍ବନ୍ଧିତ ଖବର