କଟକ: ଲୁଧିଆନାରେ ଚାଲିଥିବା ଭାରତୀୟ ମହିଳା ଲିଗ୍ ଫୁଟବଲ୍ ପ୍ରତିଯୋଗିତାରେ ରାଇଜି˚ ଷ୍ଟୁଡେଣ୍ଟ୍ ଅମୀମା˚ସିତ ମ୍ୟାଚ୍ରୁ ପଏଣ୍ଟ୍ ଖାତା ଖୋଲିଛି। ସୋମବାର ରାଇଜି˚ ଷ୍ଟୁଡେଣ୍ଟ ଓ ପଞ୍ଜିମ ଫୁଟବଲର୍ସ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। କରିସ୍ମା ସିରଭୋଇକର ୧୯ତମ ମିନିଟ୍ରେ ପଞ୍ଜିମ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ତେବେ ସତ୍ୟବତୀ ଖଡ଼ିଆ ୪୩ତମ ମିନିଟ୍ରେ ଏହି ଗୋଲ୍ ପରିଶୋଧ କରିବାରେ ସଫଳ ହୋଇଥିଲେ। ଏଥି ପୂର୍ବରୁ ରାଇଜି˚ ଷ୍ଟୁଡେଣ୍ଟ ଖେଳିଥିବା ତିନୋଟି ମ୍ୟାଚ୍ରେ ପରାସ୍ତ ହୋଇଥିଲା। ଗୋକୁଲମ୍ କେରଳ ଏଫ୍ସିଠୁ ୫-୦, ଏସ୍ଏସ୍ବିଠୁ ୧-୦ ଓ ହନ୍ସ ମହିଳା ଫୁଟବଲ କ୍ଲବ୍ଠୁ ୨-୧ ଗୋଲ୍ରେ ରାଇଜି˚ ଷ୍ଟୁଡେଣ୍ଟ ହାରିଥିଲା।
ରାଇଜି˚-ପଞ୍ଜିମ ମ୍ୟାଚ୍ ଅମୀମା˚ସିତ
/sambad/media/post_attachments/wp-content/uploads/2019/05/Untitled-5-8.jpg)