ଭୁବନେଶ୍ବର: ଜୁଲାଇ ୭ରୁ ୧୬ ପର୍ଯ୍ୟନ୍ତ ମାନାମାରେ ଆୟୋଜିତ ହେବାକୁ ଥିବା ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ୍ ବିଶ୍ବ ପ୍ରତିଯୋଗିତାରେ ଭାରତ ଅଂଶଗ୍ରହଣ କରିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଭଲିବଲ୍ ମହାସଂଘ (ଭିଏଫ୍ଆଇ) ଓଡ଼ିଶାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରିବ। ଏଥିପାଇଁ ଓଡ଼ିଶା ଭଲିବଲ୍ ସଂଘ ତତ୍ତ୍ବାବଧାନରେ ଏକ ପ୍ରଶିକ୍ଷଣ ଶିବିର କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ମେ’୧୦ ରୁ ଜୁନ୍ ୪ ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ଶିବିର ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ୨ ଜଣ ମହମ୍ମଦ ରାଜା ଓ ରାଜ୍ କିଣ୍ଡୋ ରହିଛନ୍ତି। କେନ୍ଦ୍ରାପଡ଼ାର ରାଜା ଏବଂ ରାଉରକେଲାରେ ରାଜ୍ ସେମାନଙ୍କର ପୂର୍ବ ପ୍ରଦର୍ଶନ ବଳରେ ଏଥିରେ ସ୍ଥାନ ପାଇଛନ୍ତି। ବିଶ୍ବ ପ୍ରତିଯୋଗିତାରେ ଭାରତ ପୁଲ୍-ସି’ରେ ପୋଲାଣ୍ଡ, ବୁଲଗାରିଆ ଓ କାନାଡ଼ା ସହ ସ୍ଥାନ ପାଇଛି।