ଆଇପିଏଲ : ମୁମ୍ବାଇ ଆଗରେ ୧୭୨ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ନୂଆଦିଲ୍ଲୀ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୪ ତମ ମ୍ୟାଚରେ ରାଜସ୍ଥାନ ମୁମ୍ବାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି ।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆହ୍ବାନ କରିଥିଲେ । ଦୁଇ ଓପନର ଜସ ବଟଲର ଓ ଯଶସ୍ବୀ ଜୟସ୍ବାଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୬ ରନର ଭାଗିଦାରୀ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ବଟଲର ୪୧ ଓ ଜୟସ୍ବାଲ ୩୨ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୪୨ ଓ ଶିବମ ଦୁବେ ୩୫ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨ଟି, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ ୬ଟି ମ୍ୟାଚ ଖେଳି ୨ ବିଜୟ ସହ ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ମୁମ୍ବାଇ ୫ ମ୍ୟାଚରୁ ୨ ବିଜୟ ସହ ୪ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର