ବାଙ୍ଗାଲୋରକୁ ୩୦ ରନରେ ପରାସ୍ତ କଲା ରାଜସ୍ଥାନ

ଜୟପୁର : ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୩ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୩୦ ରନରେ ପରାସ୍ତ କରିଛି । ରାଜସ୍ଥାନ ରଖିଥିବା ୧୬୫ ରନ ଲକ୍ଷ୍ୟର ପିଛା କରିବାକୁ ଯାଇ ବାଙ୍ଗାଲୋର ୧୩୪ରନ କରିପାରିଥିଲା । ଅଧିନାୟକ ବିରାଟ କୋହଲି ମାତ୍ର ୪ ରନରେ ଆଉଟ ହୋଇଥିବାବେଳେ ଏବି ଡିଭିଲିୟର୍ସ ନିଜର ଫର୍ମକୁ ବଜାୟ ରଖି ୩୫ ବଲରେ ୫୩ରନ କରିଛନ୍ତି । ତେବେ ଡିଭିଲିୟର୍ସ ଆଉଟ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରିନଥିଲେ । ରାଜସ୍ଥାନ ପକ୍ଷରୁ ଜୟଦେବ ଉନାଦକଟ ଓ ବେନ ଲାଲିନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।
ଆଗରେ ୧୬୫ ରନର ଲକ୍ଷ୍ୟ ରଖିଛି । ରାଜସ୍ଥାନ ରୟାଲ୍ସର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନିଂସ ଆରମ୍ଭରୁ ଦଳ ଓପନର ଜୋଫ୍ରା ଆର୍ଚରଙ୍କୁ ହରାଇଥିଲେ ମଧ ଅନ୍ୟତମ ଓପନର ରାହୁଲ ତ୍ରିପାଠୀ ଓ ୩ୟ ସ୍ଥାନରେ ଆସିଥିବା ଅଧିନାୟକ ଆଜିଙ୍କ୍ୟ ରାହାଣେ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତିକୁ ବିପଦମୁକ୍ତ କରିଥିଲେ । ତ୍ରିପାଠୀ ୫୮ ବଲରେ ( ୩ ଛକା, ୫ ଚୌକା) ୮୦ ରନ ଓ ରାହାଣେ ୩୧ ବଲରେ ୩୩ ରନ କରିଥିଲେ । ଶେଷବେଳକୁ ହେନରିଚ  କ୍ଲାଚେନ ୨୧ ବଲରେ ୩୨ ରନ କରିଥିଲେ । ଏହା ଫଳରେ ରାଜସ୍ଥାନ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା ।

ଏହି ବିଜୟ ସହ ରାଜସ୍ଥାନ ୧୪ଟି ମ୍ୟାଚ ଖେଳି ୭ ବିଜୟ ଓ ୭ ପରାଜୟ ସହ ୧୪ ପଏଣ୍ଟ ପାଇଛି । କିନ୍ତୁ ବାଙ୍ଗାଲୋର ୧୪ ମ୍ୟାଚ ଖେଳି ୬ ବିଜୟ ଓ ୮ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର