ଆଇପିଏଲ : ପଞ୍ଜାବ ଆଗରେ ୧୮୬ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ପଞ୍ଜାବ ଆଗରେ  ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ କରିଥିଲା ।

ଆଜି ପଞ୍ଜାବ ଟସ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପକ୍ଷରୁ ଏଭିନ ଲୁଇସ୍ ଓ ଯଶସ୍ବୀ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୪ ରନର ସହଭାଗିତା କରିଥିଲେ । ଲୁଇସ୍ ୩୬ ରନ ଓ ଜୟସ୍ବାଲ ୪୯ ରନ କରିଥିଲେ । ସେହିପରି ଲିଆମ ଲିଭିଂଷ୍ଟୋନ ୨୫ ଓ ମହୀପାଲ ଲାମରୋର ୪୩ ରନ କରିଥିଲେ ।  ତେବେ ଦଳର ମଧ୍ୟ ଓ ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ କରିଥିଲା ।

ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ପଞ୍ଜାବ ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ମୋଟ ୬ ପଏଣ୍ଟ ପାଇଥିବାବେଳେ ରାଜସ୍ଥାନ ୭ଟି ମ୍ୟାଚରୁ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇଛି । ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବାବେଳେ ପଞ୍ଜାବ ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର