ଆଇପିଏଲ୍‌: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌କୁ ୨୪ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୩ତମ ମ୍ୟାଚ୍‌ରେ ଲକ୍ଷ୍ନୌକୁ ୨୪ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୧୭୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୪ ରନ୍‌ କରି ପରାସ୍ତ ହୋଇଛି । ଲକ୍ଷ୍ନୌ ପକ୍ଷରୁ ଦୀପକ ହୁଡା ସର୍ବାଧିକ ୫୯ ରନ୍‌ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୨୫ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୨୭ ରନ୍‌ କରିଥିଲେ ସୁଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।

ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା ଟ୍ରେଣ୍ଟ ବୋଲ୍ଟ, ଓବେଡ୍ ମ୍ୟାକକୋଇ, ପ୍ରସିଦ୍ଧ କ୍ରିଷ୍ଣା ୨-୨ଟି ୱିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧-୧ ୱିକେଟ ନେଇ ରାଜସ୍ଥାନକୁ ବିିଜୟ ଦେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୧୬ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ କରିଥିଲା। ଫଳରେ ଲକ୍ଷ୍ନୌକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୯ ରନ୍‌ର ଟାର୍ଗେଟ ମିଳିଥିଲା।

ରାଜସ୍ଥାନ ପାଇଁ ପାଳି ଆରମ୍ଭ କରିଥିଲେ ଯଶସ୍ୱୀ ଜୟସ୍ୱାଲ ଓ ଜୋସ୍‌ ବଟ୍‌ଲର। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍‌ ପାଇଁ ୧୧ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ବଟଲର ୬ଟି ବଲ୍‌ ସାମ୍ନା କରି ମାତ୍ର ୨ ରନ୍‌ ସଂଗ୍ରହ କରିଥିଲେ ଓ ପାଭିଲିଅନ୍‌ ଫେରିଯାଇଥିଲେ। ୨ୟ ଓ୍ଵିକେଟ୍‌ ପାଇଁ ଅଗ୍ରଓ୍ଵାଲଙ୍କ ସହିତ ସଂଜୁ ସାମସନ୍‌ ୬୪ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସାମ୍‌ସନ୍‌ ୨୪ଟି ବଲ୍‌ ଖେଳି ୩୨ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା।

ରାଜସ୍ଥାନ ପାଇଁ ଦେବଦୂତ୍ତ ପଡ୍ଡିକଲ ୩୯ ରନ୍‌, ରିୟାନ ପରାଗ ୧୯ ରନ୍‌, ଜେମ୍ସ ନୀଶମ ୧୪ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧୦ ରନ୍‌ ଓ ଟ୍ରେଣ୍ଟ ବୋଲ୍ଟ ଅପରାଜିତ ୧୦ ରନ୍‌ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋୟୀ ୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ଅଭେସ୍‌ ଖାନ୍‌, ଜସନ ହୋଲ୍‌ଡର ଓ ଆୟୁଷ ବଦୋନୀଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର