ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୧୭ତମ ମ୍ୟାଚରେ ଚେନ୍ନାଇକୁ ୩ରନ୍ରେ ପରାସ୍ତ କରିିଛି ରାଜସ୍ଥାନ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୬ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୨ ରନ୍ କରି ପରାସ୍ତ ହୋଇଛି । ଚେନ୍ନାଇ ପକ୍ଷରୁ ଡେଭନ୍ କନୱେ ୫୦ ରନ୍ କରିଥିବା ବେଳେ ଅଜିଙ୍କ୍ୟା ରାହାଣେ ୩୧ ରନ୍ କରିଥିଲେ । ଶେଷରେ ଜାଡେଜା ୧୫ ବଲରେ ୨୫ ରନ୍ ଓ ଧୋନୀ ୧୭ ବଲରେ ୩୨ ରନ୍ କରିଥିଲେ ସୁଧା ଚେନ୍ନାଇକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ ୨-୨ଟି ୱିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ଓ ଆଦାମ ଜାମ୍ପା ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୬ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ପ୍ରଥମ ସ୍ଥାନରେ ରହିଛି ।
ପ୍ରଥମ ପାଳିରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୫ରନ କରିଥିଲା । ଦଳ ପକ୍ଷରୁ ଜସ୍ ବଟଲର ସର୍ବାଧିକ ୫୨ରନ କରିଥିଲେ । ସେହିପରି ଦେବଦତ୍ତ ପଡିକଲ୍ଲ ୩୮ରନ କରିଥିଲେ । ଆର. ଅଶ୍ବୀନ ଓ ସିମରନ ହେଟମେୟର ୩୦ ରନ ଲେଖାଏଁ କରିଥିଲେ । ଚେନ୍ନାଇ ପକ୍ଷରୁ ଆକାଶ ସିଂ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମୋଇନ ଅଲ୍ଲି ଗୋଟିଏ ଓ୍ବିକେଟ ନେଇଥିଲେ ।