ଆଇପିଏଲ୍ : ପଞ୍ଜାବ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ, ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଆବୁଧାବି : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୫୦ତମ ମ୍ୟାଚ ପଂଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ।

ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । କାରଣ ଦଳ ଏପର୍ଯ୍ୟନ୍ତ ୧୨ ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି । ପ୍ଲେ ଅପରେ ପହଞ୍ଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ ହେଉଥିବାରୁ ସେଥିଲାଗି ପଂଜାବକୁ ନିଜର ଅବଶିଷ୍ଟ ୨ଟି ମ୍ୟାଚ ଜିତିବାକୁ ପଡ଼ିବ । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି । ଏହି ଦଳ ୧୦ ପଏଣ୍ଟ ସହ ପ୍ଲେ ଅପ ଦୌଡ଼ରୁ ଏକରକମ ବାଦ ପଡ଼ିଛି ।

ସମ୍ବନ୍ଧିତ ଖବର